Only for Entertainment

ଖୁବଶୀଘ୍ର ବିବାହ କରିବେ ବିଶ୍ୱ ସୁନ୍ଦରୀ ସୁଷ୍ମିତା ସେନ୍ ?

219

ବିଶ୍ୱ ସୁନ୍ଦରୀ ସୁଷ୍ମିତା ସେନ୍ ବୟସର ୪୦ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । କିନ୍ତୁ ଏବେ ଏହି ସୁନ୍ଦରୀଙ୍କୁ ନେଇ ଆସିଛି ତାଜା ଖବର । ଖବର ଅନୁସାରେ ଭାଇ ରାଜୀବ ସେନଙ୍କ ବିବାହ ପରେ ସୁଷ୍ମିତା ସେନ୍ ତାଙ୍କ କଥିତ ବଏଫ୍ରେଣ୍ଡ ରୋହମନ ଶଲଙ୍କୁ ବିବାହ କରିବାକୁ ଯାଉଛନ୍ତି ।  ଯଦି ରିପୋର୍ଟ ସତ ହୋଇଥାଏ ତେବେ ସୁସ୍ମିତା ଆଗାମୀ ନଭେମ୍ବରରେ ପ୍ରେମିକ ରହମନଙ୍କୁ ବିବାହ କରୁଛନ୍ତି।

 

ଖୁବ୍‌ ଶୀଘ୍ର ଏହି ଯୋଡ଼ି ଆନୁଷ୍ଠାନିକ ଭାବେ ସେମାନଙ୍କ ବିବାହ ଘୋଷଣା କରିପାରନ୍ତି। ନିକଟରେ ସୁସ୍ମିତାଙ୍କର ତାଙ୍କ ପ୍ରେମିକଙ୍କ ସହ ବ୍ରେକ୍‌-ଅପ୍‌ ହୋଇ ଯାଇଥିଲା ବୋଲି ଖବର ଶୁଣିବାକୁ ମିଳିଥିଲା। ମାତ୍ର ସୁସ୍ମିତା ତାଙ୍କ ନିଜ ଶୈଳୀରେ ସେହି ଖବରକୁ ଗୁଜବ ବୋଲି ପ୍ରମାଣିତ କରିଥିଲେ।

 

ଉଲ୍ଳେଖଯୋଗ୍ୟ, ସୁସ୍ମିତା ସେନ୍‌ଙ୍କ ପ୍ରେମ କାହାଣୀ ସୋସିଆଲ୍‌ ନେଟ୍‌ଓ୍ଵର୍କିଂ ସାଇଟ୍‌ ଇନ୍‌ଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ବୋଲି ପୂର୍ବରୁ ଅନେକ ଥର ଖବର ପ୍ରକାଶ ପାଇଛି। ତାଙ୍କ ପ୍ରେମିକଙ୍କଠାରୁ ସୁସ୍ମିତା ୧୫ ବର୍ଷ ବଡ଼। ସୁସ୍ମିତାଙ୍କୁ ୪୨ ବର୍ଷ ହୋଇଥିବା ବେଳେ ରହମନଙ୍କୁ ୨୭ ବର୍ଷ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More