Only for Entertainment

କାଶ୍ମୀରରେ ମୁଗଲାଇର ମଜା ନେଉଛନ୍ତି ଅନୁଭବ ମହାନ୍ତି ଏବଂ ଟିମ,ସେୟାର କଲେ ଭିଡ଼ିଓ ।

youtube
0 68

ସୁପରଷ୍ଟାର ଅନୁଭବ ମହାନ୍ତି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭିଡ଼ିଓ ଅପଲୋଡ କରନ୍ତି ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ,ଯାହାର ପ୍ରତ୍ୟେକଟି ଅପଡେଟ ଆମେ ଆପଣଙ୍କୁ ଦେଇଥାଉ । ଏହା ପୂର୍ବରୁ ଅନୁଭବ ସେୟାର କରିଥିବା ଦେଶୀ ଚିକିତ୍ସାର ଭିଡ଼ିଓ ମଧ୍ୟ ଆମେ ଆପଣଙ୍କୁ ଦେଖାଇଥିଲୁ । ତେବେ ନିକଟରେ ସେ ପୁଣିଥରେ ଏକ ଭିଡ଼ିଓ ସେୟାର କରିଛନ୍ତି,ଯାହାକୁ ଆପଣ ଖୁବ ପସନ୍ଦ କରିବେ ।

ବାସ୍ତବରେ କାଶ୍ମୀରରେ ଅନୁଭବଙ୍କ ଅଭିନୀତ ଫିଲ୍ମ ପ୍ରେମ କୁମାରର ସୁଟିଂ ଚାଲିଛି,ଯେଉଁଥିପାଇଁ ସମଗ୍ର ଟିମ ସେଠାରେ ଉପସ୍ଥିତ ଅଛନ୍ତି । ତେବେ କାଶ୍ମୀର ଯାଇ ଯଦି ସେଠାର ଭିନ୍ନ ପରିବେଶକୁ ଉପଭୋଗ କରା ନଯାଏ ତେବେ ତାହାର କୌଣସି ମୂଲ୍ୟ ନାହିଁ,ଅବଶ୍ୟ ଏହା ଆମେ କହୁନାହୁଁ,ବରଂ ଏହାକୁ ପ୍ରମାଣ କରିଛନ୍ତି ନିଜେ ଅନୁଭବ ମହାନ୍ତି । ସେ ଏବଂ ତାଙ୍କ ଟିମ୍ ମୁଗଲାଇ ଦରବାର ନାମକ ଏକ ହୋଟେଲକୁ ଖାଦ୍ୟ ଖାଇବାକୁ ଯାଇଛନ୍ତି ଏବଂ ସେଠାରେ ଖାଦ୍ୟର ଭିନ୍ନ ପ୍ରସ୍ତୁତି ଏବଂ ନିଆରା ସ୍ୱାଦକୁ ଆମ ସହିତ ସେୟାର କରିଛନ୍ତି ।

ଭିଡ଼ିଓରେ ଜଣାପଡ଼ୁଛିଯେ ଅନୁଭବ କେତେ ସାଧାରଣ ଭାବରେ ଚଳନ୍ତି । କାରଣ ସେ ସେଠାରେ ତାଙ୍କ ଟିମଙ୍କ ସହିତ ଏକାଠି ବସି ଖାଦ୍ୟ ଖାଉଛନ୍ତି,ଏବଂ କାହା ମଧ୍ୟରେ କୌଣସି ଭିନ୍ନତା ନଥିବା ଭଳି ମନେ ହେଉଛି । ତେବେ ନିହାତି ଭାବରେ ଏହା ଏକ ଖୁସିର ବିଷୟଯେ ଜଣେ ସୁପରଷ୍ଟାର ହେବା ପରେ ମଧ୍ୟ ସେ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଉଛନ୍ତି ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆମେ ଅନୁଭବଙ୍କ ଏଭଳି ଅନ୍ଦାଜ ଦେଖିବାକୁ ପାଇଛୁ । ଏହା ପୁର୍ବରୁ ମଧ୍ୟ ସର୍ବ ସାଧାରଣରେ ଅନୁଭବଙ୍କୁ ଦହି ବରା ଆଳୁଦମ ଖାଉଥିବାର ଆମେ ଦେଖିବାକୁ ପାଇଥିଲୁ । ତେବେ ଅନୁଭବଙ୍କ ଏହି ଅନ୍ଦାଜ ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More