Only for Entertainment

ବନ୍ଦ ହୋଇଯିବ କଟକର ଏହି ଦୁଇ ପ୍ରସିଦ୍ଧ ସିନେମା ହଲ!

68

ମୋବାଇଲ ହେଉ ବା ଟିଭି ଆଦିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ସିନେମା ହଲ ମଧ୍ୟ ଦୈନନ୍ଦିନ ଜୀବନରେ ମନୋରଂଜନର ଏକ ପ୍ରମୁଖ ଶ୍ରୋତ ସାଜିଛି । କିନ୍ତୁ ଦିନକୁ ଦିନ ବନ୍ଦ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ସିନେମା ହଲ । ଏହି ମଧ୍ୟରେ ଗୁଜବ ଉଠିଛି କଟକର ସମ୍ରାଟ ହଲ ଏବଂ ଜୟଶ୍ରୀ ହଲର ଅସ୍ଥିତ୍ୱକୁ ନେଇ ।

ଆଜ୍ଞା ହଁ ଖବର ଅନୁସାରେ ଗୁଜବ ଉଠିବାରେ ଲାଗିଛିଯେ ଜୟଶ୍ରୀ ଏବଂ ସମ୍ରାଟ ହଲ ବନ୍ଦ ହେବାକୁ ଯାଉଛି । କିନ୍ତୁ ନିକଟ ଅତୀତରେ ଓଡ଼ିଆ ଫିଲ୍ମ କ୍ରିଟିକ୍ସ ତାହାର ଇଂଷ୍ଟ୍ରାଗାମ ଆକାଉଂଟରେରେ ଏହାକୁ ନେଇ ଏକ ପୋଷ୍ଟ ଜାରି କରିଛି । ତା’ର କହିବା ଅନୁସାରେ ସେମାନେ ହଲ ମାଲିକଙ୍କ ସହିତ ଏହା ବିଷୟରେ ଆଲୋଚନା କରିଥିଲେ । ଫଳ ସ୍ୱରୂପ ହଲ ଗୁଡ଼ିକ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହାର ମରାମତି ଓ ରକ୍ଷଣାବେକ୍ଷଣା କାର୍ଯ୍ୟ ପାଇଁ କିଛି ଦିନ ପର୍ଯ୍ୟନ୍ତ ହଲ କାର୍ଯ୍ୟକୁ ସ୍ଥଗିତ ରଖାଯିବ । ହଲ ପୁଣିଥରେ ଚାଲିବ ବୋଲି ହଲ ମାଲିକ ସୂଚନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More