ସାମ୍ନାକୁ ଆସିଲା ଅମିତାଭଙ୍କ ଲାଡଲୀ ଶ୍ୱେତା ନନ୍ଦାଙ୍କ ବିବାହ ସମୟର ଅଦେଖା ଫଟୋ, ସିମର ହ୍ୱାଇଟ ଲେହେଙ୍ଗାରେ ସୁନ୍ଦର……………..
ବଲିଉଡ ଆକ୍ଟର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ନନ୍ଦା ଅଧିକାଂଶ ସମୟରେ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଶ୍ୱେତାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ତାଙ୍କ ବିବାହ ସମୟର । ଖବର ପାଇଁ କହିରଖୁଛୁ ଶ୍ୱେତା ବଚ୍ଚନଙ୍କ ବିବାହ ରାଜ କପୂରଙ୍କ ଝିଅ ରିତୁ ନନ୍ଦାଙ୍କ ପୁଅ ନିଖିଲ ନନ୍ଦାଙ୍କ ସହିତ ୧୯୯୭ରେ ହୋଇଥିଲା ।
ବିବାହର ଏତେ ଦିନ ବିତି ଯାଇଥିଲା ପରେ ଆଜି ମଧ୍ୟ ଶ୍ୱେତାଙ୍କ ବିବାହ ସମୟର ଫଟୋ ଭାଇରାଲ ହେଉଛି ।
ଶ୍ୱେତାଙ୍କ ଏହି ଫଟୋ ଡିଜାଇନର ଅବୁ ଜାନି ସନ୍ଦୀପ ଖୋସଲା ଶେୟାର କରିଛନ୍ତି । ଫଟୋ ଶ୍ୱେତାଙ୍କ ମେହେନ୍ଦୀ ସମୟର ।