Only for Entertainment

ଘରର ସୁଖ ଶାନ୍ତି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ, ହେବ ଅନେକ ସମସ୍ୟାର ସମାଧାନ

Ryan Homes
0 61

ଘରେ ସୁଖ ଶାନ୍ତି ରଖିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ବାସ୍ତୁଶାସ୍ତ୍ରରେ ଏପରି କିଛି ଉପାୟ ରହିଛି ଯାହା କରିବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଘରର ଉନ୍ନତିରେ ମଧ୍ୟ ସହାୟକ ହୋଇଥାଏ । ଏହି ସବୁ ଉପାୟ ବିଷୟରେ ଘରର ଗୃହିଣୀ ମାନେ ଜାଣିବା ଆବଶ୍ୟକ । ଆସନ୍ତୁ ଜାଣିବା ଏପରି କିଛି ସରଳ ଟିପ୍ସ ବିଷୟରେ ।

  • ମାନସିକ ଶାନ୍ତି ପାଇଁ ଘରେ ଚନ୍ଦନ କାଠ ପ୍ରସ୍ତୁତ ଧୂପକାଠି ଜାଳନ୍ତୁ ।
  • ମାଟି କୁଣ୍ଡରେ ତିନୋଟି ଗଛ ଲଗାଇ ଘର ଭିତରେ ପୂର୍ବ-ମୁହାଁ ରଖନ୍ତୁ । ଘର ଭିତରେ ବୋନସାଇ ବା କାକଟସ ରକନ୍ତୁ ନାହିଁ । କାରଣ ବୋନସାଇ ପ୍ରଗତି ବାଧକ ଏବଂ କାକଟସ ହାନିକାରକ ।
  • ଶୟନ କକ୍ଷରେ ଗଛ ରଖନ୍ତୁ ନାହିଁ । କେହି ଅସୁସ୍ଥ ଥିଲେ ଶୟନ କକ୍ଷରେ ତାଜା ଫୁଲ ରଖନ୍ତୁ । ରାତି ହେବା ପରେ ତାହାକୁ କାଢି ନେଇ ଆସନ୍ତୁ ।
  • ପରିବାରର ସୁଖ- ଶାନ୍ତି ପାଇଁ ସମସ୍ତ ସଦସ୍ୟଙ୍କ ଫଟୋ ବନ୍ଧାଇ, ପୂର୍ବ ପଟ କାନ୍ଥରେ ଲଗାନ୍ତୁ । ପୂର୍ବ ପଟ କାନ୍ଥରେ ବୃକ୍ଷ ଲତା ଫଟୋ ମଧ୍ୟ ଝୁଲାଇ ପାରିବେ ।
  • କାଠ ଆସବାବପତ୍ର ସର୍ବଦା ପୂର୍ବ ଦିଗରେ ରଖନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More