Only for Entertainment

ଭାଗ୍ୟ ବଦଳାଇଥାଏ କର୍ପୂର, ଜାଣନ୍ତୁ କିପରି

bharatkhabar
135

କର୍ପୁୂରକୁ ପୂଜା କରିବାରେ ତ ଆପଣ ବ୍ୟବହାର କରୁଥିବେ । କିନ୍ତୁ କର୍ପୂରକୁ ନେଇ ଏଭଳି କିଛି କଥା ରହିଛି ଯାହାକୁ ହୁଏତ ଆପଣ ଜାଣିନଥିବେ । କୁହାଯାଏ ଧନ ବୃଦ୍ଧି ପାଇଁ ଆପଣ କର୍ପୂରର ବ୍ୟବହାର କରିପାରିବେ । କର୍ପୂରର ଔଷଧୀୟ ଗୁଣ ମଧ୍ୟ ରହିଛି। ଏହାକୁ ବ୍ୟବହାର କରି ଆପଣ ନିଜ ଜୀବନରେ ଥିବା ସମସ୍ୟା ଏବଂ ବାସ୍ତୁ ଦୋଷକୁ ମଧ୍ୟ ଦୂର କରିପାରିବେ। ଏହା ସାହାଯ୍ୟରେ ଆପଣ ନିଜ ଘର ଏବଂ ଗ୍ରହକୁ ମଧ୍ୟ ବାଧାମୁକ୍ତ କରିପାରିବେ। ତେବେ ଆସନ୍ତୁ ଜାଣିବା କର୍ପୂର କିପରି ଆମ ଜୀବନକୁ ପ୍ରଭାବିତ କରିଥାଏ।

ଗୋଲାପ ଫୁଲରେ କର୍ପୂର ଖଣ୍ଡ ରଖନ୍ତୁ ଏବଂ ସନ୍ଧ୍ୟାରେ ଏହି କର୍ପୂରକୁ ଜଳାଇ ଦେବୀ ଦୂର୍ଗାଙ୍କ ପାଖରେ ସମର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଅଚାନକ ଧନପ୍ରାପ୍ତି ହେବ। ଏହି କାର୍ଯ୍ୟକୁ ଆପଣ ଅତି କମ୍‌ରେ ୪୩ ଦିନ ପର୍ଯ୍ୟନ୍ତ କଲେ, ଲାଭ ପାଇପାରିବେ।
ଯଦି ଆପଣ ଏହି କାର୍ଯ୍ୟକୁ ନବରାତ୍ରୀ ସମୟରେ କରୁଛନ୍ତି, ତେବେ ଅଧିକ ସୁଫଳ ପାଇବେ।

ପାଣିରେ କର୍ପୂର ତେଲର କିଛି ବୁନ୍ଦା ପକାଇ ସ୍ନାନ କରନ୍ତୁ। ଏହା ଆପଣଙ୍କୁ ସତେଜ କରିବା ସହିତ ଭାଗ୍ୟ ପରିବର୍ତ୍ତନ କରିବାରେ ମଧ୍ୟ ସାହାଯ୍ୟ କରିବ। ଯଦି ଆପଣ ଏଥିରେ କିଛି ଚାମେଲି ଫୁଲର ତେଲ ପକାଇ ସ୍ନାନ କରନ୍ତି, ତେବେ ଆପଣଙ୍କ ଜୀବନରେ ରାହୁ, କେତୁ ଏବଂ ଶନି ଦୋଷ ରହିବ ନାହିଁ। କିନ୍ତୁ ଏପରି କାର୍ଯ୍ୟ କେବଳ ଶନିବାର ଦିନ କଲେ ଆପଣ ଶୁଭଫଳ ପାଇପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More