Only for Entertainment

‘ଭୋଗ୍ ଇଣ୍ଡିଆ’ ମାଗାଜିନ୍ କଭର୍ ପେଜରେ ଭିକି କୌଶଲ

vickykaushal09 insta pic
49

ଲୋକପ୍ରିୟ ଫ୍ୟାସନ୍ ମାଗାଜିନ୍ ‘ଭୋଗ୍ ଇଣ୍ଡିଆ’ର ଜୁଲାଇ ମାସ ସଂସ୍କରଣରେ ଦେଖିବାକୁ ମିଳିଛି ଅଭିନେତା ଭିକି କୌଶଲଙ୍କ ହଟ୍ ଅନ୍ଦାଜ୍ । ହଟ୍ ବଡି ସହ ୱେଟ୍ ଆଉଟଫିଟରେ ନଜର ଆସିଛନ୍ତି ବି-ଟାଉନର ଏହି ସୁପରହିଟ୍ ନାୟକ । ଡିଫରେଂଟ୍ ଡିଫରେଂଟ୍ କଷ୍ଟ୍ୟୁମରେ ପୋଜ୍ ଦେବାରେ ନଜର ଆସିଛନ୍ତି ଭିକି । କେତେବେଳେ ସାୱାର୍ ତଳେ ତ ପୁଣି କେତେବେଳେ ହୋଟେଲ୍ କରିଡରରେ ପୁଣି କେତେବେଳେ ପାହାଚ ଉପରେ ପୋଜ୍ ଦେବାରେ ନଜର ଆସିଛନ୍ତି ଏହି ଅଭିନେତା । ଆଉ ଏହି ସବୁ ଫଟୋରେ ତାଙ୍କ ସହ ନଜର ଆସିଛନ୍ତି ଜଣେ ମଡେଲ୍ ।

 

View this post on Instagram

 

Soaked in vogue.

A post shared by Vicky Kaushal (@vickykaushal09) on

ଭିକି ଏହି ସବୁ ହଟ୍ ଫଟୋଗ୍ରାଫସ୍ ଭୋଗ୍ ଇଣ୍ଡିଆ ମାଗାଜିନର ଜୁଲାଇ ମାସ ସଂସ୍କରଣରେ ପାଇଛି ସ୍ଥାନ । ଏହାଛଡା ଭିକି ଏହି ସବୁ ଫଟୋକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଇଂଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଏହି ଫଟୋ ଗୁଡିକୁ ତାଙ୍କ ଫ୍ୟାନମାନେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

July with @vogueindia || #TarunVishwa @anaitashroffadajania @poojamor

A post shared by Vicky Kaushal (@vickykaushal09) on

 

View this post on Instagram

 

Stare case…

A post shared by Vicky Kaushal (@vickykaushal09) on

୨୦୧୮ ଅଭିନେତା ଭିକି କୌଶଲଙ୍କ ପାଇଁ ଥିଲା ଲାଭ ଦାୟକ । ଆଉ ୨୦୧୯ ବି ଆଣିଛି ତାଙ୍କ ପାଇଁ ଢେର୍ ସଫଳତା । ବର୍ଷ ଆରମ୍ଭରୁ ରିଲିଜ୍ ହୋଇଥିବା ଭିକିଙ୍କ ଫିଲ୍ମ ‘ଉରି- ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ବକ୍ସ ଅଫିସରେ ହୋଇଛି ସୁପର୍ ହିଟ୍ । ଯାହାକୁ ନେଇ ଭିକି କୌଶଲଙ୍କ ଲୋକପ୍ରିୟତା ଢେର୍ ବଢି ଯାଇଛି । ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ଅଫର୍ ରହିଛି ତାଙ୍କ ହାତରେ । କରଣ ଜୋହରଙ୍କ ଫିଲ୍ମ ତଖ୍ତରେ ନଜର ଆସିବେ । ତେବେ ଏହା ପୂର୍ବରୁ ହରର୍ ଫିଲ୍ମ ଭୁତ୍ ରେ ଭିକିଙ୍କ ଅଭିନୟ ଦେଖିବାକୁ ମିଳିବ ।

 

 

View this post on Instagram

 

Suits suit my mood just fine. By @amandeepkaur87

A post shared by Vicky Kaushal (@vickykaushal09) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More