Only for Entertainment

କିଏ ହେବ ‘ବାଗି-୩’ର ଅଭିନେତ୍ରୀ ?

zee news
0 34

‘ବାଗି-୨’ ମାର୍ଚ୍ଚ ୩୦ରେ ଦର୍ଶକଙ୍କ ସାମ୍ନାକୁ ଆସିଛି । ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଟାଇଗରଙ୍କ ଆକ୍ସନ ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ଫିଲ୍ମ ନିର୍ମାତା ସାଜିଦ ନାଡିଆୱାଲା ‘ବାଗି-୩’ ବିଷୟରେ ଘେଷଣା କରିଛନ୍ତି ।

ଗୁରୁବାର ଦିନ ହୋଇଥିବା ‘ବାଗି-୨’ର ସ୍ପୋଶାଲ ସ୍କ୍ରିନିଂ ସମୟରେ ସେ ଏହି ଘୋଷଣା କରିଥିଲେ । ତେବେ ଏହା ନିଶ୍ଚିତ ଯେ ‘ବାଗି-୩’ରେ ମଧ୍ୟ ଟାଇଗର ନଜର ଆସିବେ । କିନ୍ତୁ ତାଙ୍କୁ ବିପକ୍ଷରେ କିଏ ନାୟିକା ହେବେ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି । କୁହାଯାଉଛି ଯେ ‘ବାଗି-୩’ରେ ପୁଣିଥରେ ଟାଇଗର-ଦିଶାଙ୍କ ଯୋଡିକୁ ଦର୍ଶକ ଦେଶଖିବାକୁ ପାଇବେ । କିନ୍ତୁ ସେ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ । ଏହା ସହିତ ବାଗି-୨ର ନିର୍ଦ୍ଦେଶକ ଅହମଦ ଖାନ ଏହାର ନିର୍ଦ୍ଦେଶନା ଭାର ତୁଲାଇବେ ।


ସାଜିଦଙ୍କୁ ଏହି ବଷୟରେ ପଚରାଯିବାରୁ ସେ କହିଥିଲେ ଯେ ‘ବାଗି-୩କୁ ନେଇ କାମ ଚାଲିଛି । ଏହାସହିତ ସେ କହିଥିଲେ ଏହାର ନାୟିକା କିଏ ହେବେ ତାହା ଏକ ମାସ ଭିତରେ ଜଣାପଡିବ । ଏବଂ ଏହାର ଘୋଷଣା ଆମେ କରିବୁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More