Only for Entertainment

ଫ୍ୟାନ୍ସଙ୍କ ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଛେଦ । ରିଲିଜ ହେଲା ୨.୦ ର ଟ୍ରେଲର ।ଭିଲେନ ଭାବରେ ନଜର ଆସିଲେ ଅକ୍ଷୟ କୁମାର ।

amarujala
28

ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ୨.୦ର ଟ୍ରେଲର ରିଲିଜ ହୋଇ ସାରିଛି । ଅକ୍ଷୟ ଏବଂ ରଜନୀକାନ୍ତଙ୍କ ପାଇଁ ଫ୍ୟାନ୍ସଙ୍କ ତରଫରୁ ଯେଉଁ ଆଶା ଥିଲା ତାହା ପୂରଣ ହେବାଭଳି ମନେ ହେଉଛି । କାରଣ ଏହାର ଟ୍ରେଲରକୁ ନେଇ ସସପେନ୍ସ ଜାରି ରହିଥିଲା । କିନ୍ତୁ ୩ ଦିନ ପୂର୍ବରୁ ଅକ୍ଷୟ ଟ୍ରେଲରର ରିଲିଜ ଡେଟ ବିଷୟରେ କହି ଲୋକଙ୍କ ଉତ୍ସାହ ଅଧିକ ବଢାଇ ଦେଇଥିଲେ ।

ଟ୍ରେଲରରେ ଅକ୍ଷୟଙ୍କୁ ଭିଲେନ ଭାବରେ ଦେଖିବାକୁ ମିଳିଛି । ଏହା ଅକ୍ଷୟଙ୍କ ପ୍ରଥମ ତାମିଲ ଫିଲ୍ମ ।ଅକ୍ଷୟ ଭିଲେନ ଏବଂ ରଜନୀକାନ୍ତ ହିରୋ ଭାବରେ ନଜର ଆସିବେ । ଫିଲ୍ମର ଗୀତକୁ କମ୍ପୋଜ କରିଛନ୍ତି ଏ.ଆର,ରେହମନ । ଭିଡ଼ିଓରେ ଦୁଇ ଜଣଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । କୁହାଯାଉଛି ଏହା ଭାରତର ସବୁଠାରୁ ମହଙ୍ଗା ଫିଲ୍ମ । ଯଦିଓ ହିରୋ ଭାବରେ ରଜନୀକାନ୍ତ ନଜର ଆସିଛନ୍ତି ତଥାପି ଅକ୍ଷୟଙ୍କୁ ଭିଲେନ ଭାବରେ ଖୁବ ପସନ୍ଦ କରାଯାଉଛି ।

 

ଫିଲ୍ମରେ ବିଏଫଏକ୍ସରେ ଖୁବ କାମ କରାଯାଇଛି । ଯାହାକୁ ଟ୍ରେଲରରେ ଦେଖିବାକୁ ମିଳିଛି । ଫିଲ୍ମରେ ଐଶ୍ୱରୀୟା ରାୟ ବଚ୍ଚନ କ୍ୟାମିଓ କରୁଥିବାର ନଜର ଆସିବେ । ଏହା ରୋବର୍ଟର ସିକ୍ୱେଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More