Only for Entertainment

ବଡ ପରଦାରେ ଦେଖିବାକୁ ମିଳିବ ବରୁଣ ସୋବତିଙ୍କ ଜବରଦସ୍ତ ଅଭିନୟ, ରିଲିଜ ହେଲା ‘ଟ୍ୱେଂଟି ଟୁ ୟାର୍ଡସ୍’ର ପ୍ରଥମ ଟ୍ରେଲର୍

YouTube
53

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଡ୍ରାମା ଫିଲ୍ମ ‘ଟ୍ୱେଂଟି ଟୁ ୟାର୍ଡସ୍’ର ପ୍ରଥମ ଟ୍ରେଲର୍ । ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଛୋଟ ପରଦାରା ଲୋକପ୍ରିୟ ତାରକା ବରୁଣ ସୋବତି । ସିନେମାରେ ବରୁଣଙ୍କୁ ଜଣେ ସ୍ପୋର୍ଟସ୍ ଏଜେଂଟ୍ ଭୂମିକାରେ ଦେଖିବାକୁ ମିଳିବ । ସିନେମାର କାହାଣୀ କ୍ରିକେଟ୍ ଏବଂ ଏହାକୁ ନେଇ ହେଉଥିବା ବିଜନେସକୁ ନେଇ ଗତିଶୀଳ ହୋଇଛି । ଜଣେ ସ୍ପୋର୍ଟସ୍ ଏଜେଂଟ୍ ଭାବେ ସଫଳତାର ଶୀର୍ଷରେ ପହଁଚିଥିବା ଜଣେ ଯୁବକ ଫସି ଯାଏ ସାମ୍ବାଦିକାଙ୍କ ପ୍ରେମରେ । ଆଉ ସେହି ସାମ୍ବାଦିକା ଜଣକ ହିଁ କାରାଣ ସାଜେ ଯୁବକର ବିଫଳତାର । ଶେଷରେ ସେହି ସ୍ପୋର୍ଟସ୍ ଏଜେଂଟ୍ ଏକ ଗରିବ କ୍ରିକେଟରକୁ ଆଗକୁ ଆଣିବା ପାଇଁ କରେ ଢେର୍ ମେହନତ୍ । ସିନେମାରେ ଅଭିନେତ୍ରୀ ପ୍ରାଚୀ ବୋହରାଙ୍କୁ ସାମ୍ବାଦିକା ଭୂମିକାରେ ଦେଖିବାକୁ ମିଳିବ । ଏମାନଙ୍କ ବ୍ୟତୀତ ଅମର୍ତ ରେ, ରଜିତ୍ କପୁର୍, ଚୈତି ଘୋଷାଲ୍, ରାଜେଶ ଶର୍ମା ଏବଂ ଗୀତିକା ତ୍ୟାଗି ଆଦି କଳାକାରଙ୍କୁ ଅଭିନୟ ଦେଖିବାକୁ ମିଳିବ ଏହି ସିନେମାରେ । ୨୨ ଫେବୃୟାରୀରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଟ୍ୱେଂଟି ଟୁ ୟାର୍ଡସ୍’ ।

ଦେଖନ୍ତୁ ଟ୍ରେଲର-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More