Only for Entertainment

ରିଲିଜ ହେଲା ୭୨ଘଂଟା ଯୁଦ୍ଧ କ୍ଷେତ୍ରରେ ସଙ୍ଘର୍ଷ କରିଥିବା ରାଇଫଲମ୍ୟାନଙ୍କ କାହାଣୀ ଉପରେ ଆଧାରିତ ଫିଲ୍ମର ଟିଜର

amarujala
43

୧୯୬୨ରେ ଭାରତ ଚୀନ ଯୁଦ୍ଧରେ ଭାରତୀୟ ସେନାର ଅନେକ ଯବାନ ଶହୀଦ ହୋଇଥିଲେ । ଏହି କାହାଣୀକୁ ନେଇ ଚେତନ ଆନନ୍ଦ ନେଇ ଆସୁଛନ୍ତି ଏକ ଫିଲ୍ମ । ଯାହାର ଟିଜର ଆଜି ରିଲିଜ ହୋଇଛି । ଏହି କାହାଣୀ ରାଇଫଲ ମ୍ୟାନ ଜସବନ୍ତ ସିଂ ରାବତଙ୍କ ଉପରେ ଆଧାରିତ । ଯିଏ ୭୨ଘଣ୍ଟା ଲଗାତାର ଏକ ପୋଷ୍ଟ ର ରକ୍ଷା କରିବା ସହ ଏକା ଶହ ଶହ ଚୀନ ସୈନିକଙ୍କୁ ମାରି ଗଡାଇଥିଲେ । ଭାରତୀୟ ସେନା ତାଙ୍କ ମୃତ୍ୟୁ ପରେ ତାଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରିଥିଲେ ।


ଏଠାରେ କହି ରଖୁଛୁ ଯେ ଫିଲ୍ମ ତାଙ୍କ ୭୨ଘଣ୍ଟା ସଂଘର୍ଷକୁ ନେଇ ପ୍ରସ୍ତୁତି କରାଯାଇଛି । ଏହାର ଟିଜର ରିଲିଜ ହୋଇଛି, ଯାହାକୁ ଦେଖି ଲାଗୁଛି ଫିଲ୍ମରେ କିଛି ଦମ ଅଛି । ଏହି ଫିଲ୍ମ କୌଣସି ବଡ ବ୍ୟାନର ତଳେ ହେଉନାହିଁ କି ଫିଲ୍ମରେ ଏବେ ପର୍ଯ୍ୟନ୍ତ କୌଣସି ବଡ ପ୍ରଡକ୍ସନର ସପୋର୍ଟ ମିଳିନାହିଁ । ଅବିନାଶ ଧ୍ୱନି ଏହି ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ସେ ମଧ୍ୟ ଏହି ଫିଲ୍ମର ମୂଖ୍ୟ ଭୂମିକା ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More