ଅନେକ ଫିଲ୍ମରେ ଦୁଷ୍କର୍ମ ଭୂମିକା ତୁଲାଇବା ପରେ ଆଉ ଏହି ଏଭଳି ଭୂମିକା ତୁଲାଇବେ ନାହିଁ ବୋଲି ନିଷ୍ପତ୍ତି ନେଲେ ଶକ୍ତି କପୂର !
ଚଳିତ ବର୍ଷ ଅକ୍ଟୋବରରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଜର୍ଣ୍ଣି ଅଫ୍ କର୍ମା’ । ଏହି ଫିଲ୍ମରେ ଅନେକ ଦିନ ପରେ ଅଭିନେତା ଶକ୍ତି କପୁରଙ୍କୁ ଦେଖିବାକୁ ମିଳିଥିବା ବେଳେ ସେ ଏହି ଫିଲ୍ମର ପ୍ରମୋସନ କରିବା ଅବସରରେ ଏକ ନିଷ୍ପତ୍ତିି ନେଇଥିବା ଦେଖାଯାଇଛି । ଆଗକୁ ସେ ଫିଲ୍ମରେ ଦୁଷ୍କର୍ମର ଦୃଶ୍ୟ କରିବେ ନାହିଁ ବୋଲି କହିଛନ୍ତି ।
ପୂର୍ବରୁ ପ୍ରାୟ ସବୁ ଫିଲ୍ମରେ ଦୁଷ୍କର୍ମର ଦୃଶ୍ୟ ରହିଥିବା ବେଳେ ଶକ୍ତି କପୁର ସେଥିରୁ ଅଧାରୁ ଅଧିକ ଦୃଶ୍ୟ କରିଥିଲେ । କିନ୍ତୁ ଏବେ ସେଭଳି ଦୃଶ୍ୟ କରିବା ପାଇଁ ତାଙ୍କୁ ଖରାପ ଲାଗୁଥିବାରୁ ସେ ଏହାକୁ ଆଗକୁ କରିବେ ନାହିଁ ବୋଲି କହିଛନ୍ତି । ଏଭଳି ଦୃଶ୍ୟ ଥିବା ଫିଲ୍ମ ଅଫର କରାଗଲେ ସେ ଫିଲ୍ମ ଛାଡ଼ିଦେବେ ବୋଲି କହିଛନ୍ତି ।
ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ମୋତେ ଫିଲ୍ମ ଅଫର କରାଯିବା ସମୟରେ ଆପଣଙ୍କର ୩ଟି ଦୁଷ୍କର୍ମ ଦୃଶ୍ୟ,୪ଟି ଫାଇଟିଂ କରୁଥିବାର ଦୃଶ୍ୟ ଏବଂ ଶେଷରେ ମରିବାର ଦୃଶ୍ୟ ରହିଛି ବୋଲି କୁହାଯାଉଥିଲା । ସେ ସମୟରେ ମୁଁ କିଛି ନ ଭାବି ଦୁଷ୍କର୍ମ ଦୃଶ୍ୟ କରୁଥିଲି । କିନ୍ତୁ ଏତେ ଥର ସମାନ ଜିନିଷ କରିବା ପରେ ମୋତେ ସେଭଳି ଦୃଶ୍ୟ କରିବାକୁ ଖରାପ ଲାଗିବା ଆରମ୍ଭ ହୋଇଥିଲା । ଭିଲେନ୍ ଦୁଷ୍କର୍ମ କରିବା ସମୟରେ ଯେଉଁ ହସ ହସେ ତାହାକୁ ଶୁଣିବା ପରେ ମୋତେ ନିଜକୁ ଖରାପ ଲାଗିବା ଆରମ୍ଭ ହୋଇଥିଲା । ଧିରେ ଧିରେ ମୁଁ ଦୁଷ୍କର୍ମର ଦୃଶ୍ୟ କମ କରିବା ସହ ଏବେ ଆଦୌ କରିବି ନାହଁ ବୋଲି କହିଛନ୍ତି ଶକ୍ତି କପୁର ।