Only for Entertainment

ଆଗକୁ ବଢିଲା ‘ସାହୋ’ର ରିଲିଜ ଡେଟ, ଅଗଷ୍ଟ ୧୫ ପରିବର୍ତ୍ତେ ଏହି ଦିନ ହେବ ରିଲିଜ

google
155

ବାହୁବାଳୀ ଅଭିନେତା ପ୍ରଭାସଙ୍କ ଆଗାମୀ ଫିଲ୍ମ ସାହୋକୁ ନେଇ ଏବେ ଖୁବ ଚର୍ଚ୍ଚା । ଫିଲ୍ମର ଲୋକପ୍ରିୟତାକୁ ଦେଖି ମେକର୍ସ ଏପର୍ଯ୍ୟନ୍ତ ଫିଲ୍ମର ପୋଷ୍ଟର, ଟିଜର, ଗୀତ ଓ ଟ୍ରେଲର ଜାରି କରିଛନ୍ତି ଏବଂ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି । ଏହି ଫିଲ୍ମକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ମେକର୍ସ ଫିଲ୍ମର ରିଲିଜ ଡେଟକୁ ଆଗକୁ ବଢାଇ ଦେଇଛନ୍ତି । ଆଜ୍ଞା ହଁ, ଫିଲ୍ମ ଏବେ ୧୫ ଅଗଷ୍ଟ ବଦଳରେ ୩୦ ଅଗଷ୍ଟରେ ରିଲିଜ ହେବ । ତେବେ ଫିଲ୍ମର ନୂଆ ରିଲିଜ ଡେଟକୁ ନେଇ ଏପର୍ଯ୍ୟନ୍ତ ମକେର୍ସ କୌଣସି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ଖୁବ ଶୀଘ୍ର ମେକର୍ସ ଏହାର ଘୋଷଣା କରିବେ ବୋଲି ଆଶା କରାଯାଉଛି ।

ରିପୋର୍ଟ ଅନୁସାରେ ‘ସାହୋ’ ଯଦି ୧୫ ଅଗଷ୍ଟରେ ରିଲିଜ ହୁଏ ତେବେ ତେଲଗୁ ବକ୍ସ ଅଫିସରେ ଏହି ଫିଲ୍ମର ଟକ୍କର ଶରବାନନ୍ଦ ଷ୍ଟାରର ଫିଲ୍ମ ‘ରଣରଙ୍ଗମ’ ଏବଂ ଆଦିବାସୀ ଶେଷଙ୍କ ଫିଲ୍ମ ‘ଏବରୁ’ ସହିତ ହେବ । ଏହା ସହିତ ବଲିଉଡ ବକ୍ସ ଅଫିସରେ ଫିଲ୍ମର ଟକ୍କର ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ଏବଂ ଜନ ଆବ୍ରାହମଙ୍କ ଫିଲ୍ମ ‘ବାଟଲା ହାଉସ’ ସହିତ ହେବ । ଫଳରେ ଫିଲ୍ମର ବକ୍ସ ଅଫିସ କଲେକ୍ସନ ଉପରେ ସିଧା ପ୍ରଭାବ ପବକାଇବ ।

ଫିଲ୍ମ ‘ସାହୋ’ ବିଷୟରେ କହିବାକୁ ଗଲେ ଫିଲ୍ମରେ ପ୍ରଥମ ଥର ପାଇଁ ପ୍ରଭାସଙ୍କ ଅପୋଜିଟରେ ଶ୍ରଦ୍ଧା କପୁର ନଜର ଆସିବେ । ଫିଲ୍ମରେ ଶ୍ରଦ୍ଧା ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଏହି ଆକ୍ସନ ଥ୍ରୀଲର ଫିଲ୍ମରେ ପ୍ରଭାସଙ୍କ ଦବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ କର । ଫିଲ୍ମ ହିନ୍ଦୀ ବ୍ୟତିତ ତେଲଗୁ, ତାମିଲ ଏବଂ ମଲାୟଲମରେ ମଧ୍ୟ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More