Only for Entertainment

ବେରୋଜଗାର କହି ଟ୍ରୋଲ କରାଯିବା ପରେ ଏପରି ଜବାବ ରଖିଲେ ଅଭିଷେକ, ପ୍ରଶଂସା କଲେ ଫ୍ୟାନ୍ସ

google
24

ଅଭିନେତା ଅଭିଷେକ ବଚ୍ଚନଙ୍କ ପୋଷ୍ଟରେ ଜଣେ ବ୍ୟବହାରକାରୀ ବେରୋଜଗାର କହି ତାଙ୍କୁ ଟ୍ରୋଲ କରିବା ପରେ ସେ ଯଉଁ ଭଳି ଏହାର ଜବାବ ରଖିଛନ୍ତି ତାହାକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି । ବ୍ୟବହାରକାରୀଙ୍କ ଏଭଳି ନକାରତ୍ମକ କଥା ଶୁଣି ମଧ୍ୟ କୌଣସି କଡ଼ା ପ୍ରତିକ୍ରିୟା ଦେଇ ନଥିଲେ ଅଭିଷେକ ବରଂ ଶାନ୍ତ ଭାବେ ନିଜର ଜବାବ ରଖିଥିଲେ ।

ସୂଚନା ମୁତାବକ, ଟୁଇଟ୍‌ରରେ ଏକ ଫଟୋ ସେୟାର କରି କ୍ୟାପ୍‌ସନରେ #ମନ୍‌ଡେମୋଟିଭେସନ୍‌ #ବିଲିଭ୍‌ ବୋଲି ଲେଖିଥିଲେ ଅଭିଷେକ । ଫଟୋରେ ଲେଖାଥିଲା କି, ‘ଗୋଟେ ଉଦ୍ଦେଶ୍ୟ ରଖନ୍ତୁ, ଗୋଟେ ଲକ୍ଷ ତିଆରି କରନ୍ତୁ । କିଛି ଅସମ୍ଭବ ସ୍ୱପ୍ନକୁ ଯଦି ଆପଣ ପୂରା କରିବାକୁ ଚାହୁଁଛନ୍ତି, ତେବେ ଏହା ଅସମ୍ଭବ ନୁହେଁ ବୋଲି ସାରା ଦେଶକୁ ପ୍ରମାଣ କରନ୍ତୁ ।’ ଏହି ଫଟୋ ଆସିବା ପରେ ଜଣେ ବ୍ୟବହାରକାରୀ ତାଙ୍କ ଲେଖାକୁ ଟ୍ରୋଲ କରି କହିଥିଲେ, ‘ସୋମବାର ଦିନ ମଧ୍ୟ ଖୁସିରେ ରହୁଥିବା ବ୍ୟକ୍ତିକୁ କ’ଣ କହି ପାରିବା, ବେରୋଜଗାର?’

ବ୍ୟବହାରକାରୀଙ୍କ ଏଭଳି ପ୍ରତିକ୍ରିୟାକୁ ଦେଖି ଅଭିଷେକ ଲେଖିଥିଲେ କି, ‘ନାଁ, ମୁଁ ଏଥିରେ ଜମା ବି ସହମତ ନୁହେଁ । ସୋମବାର ଦିନ ମଧ୍ୟ ଖୁସିରେ ରହୁଥିବା ବ୍ୟକ୍ତିକୁ ଆମେ ଏଭଳି ଲୋକ କହିବା, ସେ ଯିଏ ଯାହାବି କରୁଛି, ତାକୁ ଭଲ ପାଉଛି । ନିଜ ମନରୁ ଓ ନିଜ ଖୁସି ପାଇଁ ସେ ସେହି କାମ କରୁଛି’ । ତେବେ ଅଭିଷେକଙ୍କ ଏଭଳି ପ୍ରତିକ୍ରିୟା ଲୋକଙ୍କ ମନ କିଣିବା ଆରମ୍ଭ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More