Only for Entertainment

ହାପି ଲକି ଚଳଚ୍ଚିତ୍ର ପରେ ପରଦାରେ ପୁଣି ଧୁମ ମଚାଇବାକୁ ଆସୁଛନ୍ତି ଏହି ଯୋଡି ।

youtube
0 51

ପୁଣିଥରେ ପରଦାରେ ଏକାଠି ହେବେ ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଏଲିନା । ଓଲେ ଓଲେ ଦିଲ୍ ବୋଲେ ଚଳଚ୍ଚିତ୍ରରେ ଝିଲିକ ଏବଂ ଜ୍ୟୋତିଙ୍କ ଯୋଡି ଚର୍ଚ୍ଚାରେ ରହି ଆସିଥିବା ବେଳେ ବର୍ତ୍ତମାନ ଜ୍ୟୋତିଙ୍କ ସହ ଆଉ ଜଣେ ନାୟିକାଙ୍କୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି ।

elina jyoti

ନିକଟରେ ରିଲିଜ ହୋଇଥିବା ଫିଲ୍ମ ହାପି ଲକିରେ ନିଜ ରୋମାଂଟିକ୍ ଅନ୍ଦାଜରେ ଏଂଟର୍ଟେନ୍ କରିଥିବା ଏହି ଯୋଡିକୁ ପୁଣିଥରେ ଦେଖିବାକୁ ମିଳିବ ଆଗାମୀ ଫିଲ୍ମ ମହାଦେବରେ । ତାଙ୍କର ରୋମାନ୍ସ ଦର୍ଶକଙ୍କୁ ପସନ୍ଦ ଆସିଥିବାରୁ ନିର୍ଦ୍ଦେଶକ ଏହି ଯୋଡିକୁ ନେଇ ଆଉ ଏକ ଫିଲ୍ମ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

jyoti elina 2

ପ୍ରଯୋଜକ ଜ୍ୟୋତି ବେଉରା ଏହି ଯୋଡିଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉ ଥିବାବେଳେ, ସିନେମାର ନିର୍ଦ୍ଦେଶନା ଭାର ତୁଲାଇବେ ଦିଲୀପ ପଣ୍ଡା । ଏହା ଏକ ଆକ୍ସନ- ରୋମାଂଟିକ୍ ସିନେମା ହେବ ବୋଲି ସୂଚନା ମିଳିଛି ।
ଏବେ ଜ୍ୟୋତିଙ୍କୁ ହାତରେ ଦୁଇ ଦୁଇଟି ଫିଲ୍ମ । ଜ୍ୟୋତିଙ୍କ ସହ ଝିଲିକଙ୍କ ଯୋଡି ଜମୁଥିବା ବେଳେ ଝିଲିକଙ୍କ ସହ ମଧ୍ୟ ଏକ ଫିଲ୍ମ ପରଦାକୁ ଆସିବାକୁ ଯାଉଛି ତାହା ସହ ଏଲିନାଙ୍କ ସହ ମଧ୍ୟ ତାଙ୍କର ଫିଲ୍ମ ଆସିବାକୁ ଯାଉଛି । ଆଗକୁ ଦେଖିବାକୁ ଅଛି କେଉଁ ଯୋଡି ହିଟ ହେଉଛି ପରଦାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More