Only for Entertainment

ଏଭଳି ଅନ୍ଦାଜରେ ନଜର ଆସିଲେ ଅକ୍ଷୟ କୁମାର ଏବଂ କିଆରା ଆଡଭାଣୀ, କଲେ ଅଟୋ-ରିକ୍ସାରେ ଯାତ୍ରା !

58

କିଛି ଦିନ ହେବ ଅକ୍ଷୟ କୁମାର ଏବଂ କିଆରା ଆଡଭାଣୀ ନିଜ ଅପକମିଂ ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ଯେଉଁଠି ‘ମିଶନ ମଙ୍ଗଳ’୧୦୦ କୋଟି ବ୍ୟବସାୟ ପାର କରିସାରିଲାଣି, ସେହିଭଳି କିଆରା ମଧ୍ୟ ଫିଲ୍ମ କବୀର ସିଂ ପାଇଁ ଚର୍ଚ୍ଚା ସାଉଂଟିଛନ୍ତି ।

ଏବେ କିଆରା ଏବଂ ଅକ୍ଷୟ ନିଜ ଆଗାମୀ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଦୁହେଁ ମୁମ୍ବାଇର ବର୍ସୋବାରେ ସୁଟିଂ କରୁଛନ୍ତି । ସୁଟ ପରେ ଅକ୍ଷୟ ଏବଂ କିଆରାଙ୍କୁ ଏକାସହ ସ୍ପଟ କରାଯାଇଛି । କାଜୁଆଲ ଲୁକରେ ଦୁହେଁ ଖୁବ ଆକର୍ଷଣୀୟ ନଜର ଆସିଛନ୍ତି ।


ଦୁହେଁ ଅଟୋରିକ୍ସାରେ ଯାତ୍ରା ମଧ୍ୟ କରିଛନ୍ତି । ଅସଲରେ କିଆରାଙ୍କ କାର ଅନ୍ୟସ୍ଥାନରେ ପାର୍କ କରାଯାଇଥିଲା । ଏହିକାରଣରୁ କିଆରା କାରରେ ଘରକୁ ଯିବା ପରିବର୍ତ୍ତେ ଅଟୋରେ ଯାଇ ଖୁସି ଅନୁଭବ କରିଛନ୍ତି ।

ଏଠାରେ ଫିଲ୍ମ ଲକ୍ଷ୍ମୀ ବମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ତାମିଲ ଫିଲ୍ମ ‘ମୁନି ୨: କଂଚନା’ର ହିନ୍ଦୀ ରିମେକ ଅଟେ । ଯାହାକୁ ରାଘବ ଲରେନ୍ସ ନିର୍ଦ୍ଦେଶନା କରିଛନ୍ତି । ଫିଲ୍ମରେ କିଆରା ଅକ୍ଷୟଙ୍କ ଗର୍ଲଫ୍ରେଣ୍ଡ ଭୂମିକା ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More