Only for Entertainment

ପ୍ରଥମ ଇଂଟରନେସନାଲ ପୁରସ୍କାର ପାଇଲେ ଭୂମି ପେଡନେକର

23

ଏକ ମୋଟି ଛିଅ ଭାବରେ ଅଭିନୟରେ କ୍ୟାରିଅର ଆରମ୍ଭ କରିଥିବା ଭୂମି ପେଡନେକର ଖୁବ କମ ଦିନରେ ଓଜନ କମ କରି ଧୀରେ ଧୀରେ ଏତେ ଲୋକପ୍ରିୟ ହୋଇଗଲେଯେ ଏବେ ତାଙ୍କର ପ୍ରତ୍ୟେକଟି ଫିଲ୍ମ ସୁପରହିଟ ହେଉଛି । ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା ଭୂମି ନିକଟରେ ସାଉଥ କୋରିଆରେ ଅୟୋଜିତ ହୋଇଥିବା ଫିଲ୍ମ ଫେଷ୍ଟିଭାଲ ଇଂଟରନେସନାଲ ଆୱାର୍ଡ଼କୁ ନିଜ ନାମରେ କରିଛନ୍ତି ।

 

ବୁସାନ ଇଂଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ଭୂମି ପେଡନେକରଙ୍କୁ ‘ଫେଶ ଅଫ ଏସିଆ’ ଆୱାର୍ଡ଼ ମିଳିଛି । ସେ ତାଙ୍କ ଇଂଷ୍ଟାଗ୍ରାମ ଆକଉଂଟରେ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି । ତେବେ ଏହାକୁ ନେଇ ଖୁବ ଖୁସି ଅଛନ୍ତି ଅଭିନେତ୍ରୀ । ପ୍ରଥମ ଆନ୍ତରାଷ୍ଟ୍ରୀୟ ପୁରସ୍କାର ପାଇଁ ଖୁବ ଗର୍ବିତ ଅଛନ୍ତି ଟଏଲେଟ ଏକ ପ୍ରେମ କଥାର ଏହି ନାୟିକା ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଫିଲ୍ମ ‘ସାଣ୍ଡ କି ଆାଁଖ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ତାଙ୍କ ସହିତ ନଜର ଆସିବେ ତାପସୀ ପନ୍ନୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More