୨୫ଡିସେମ୍ବର ଅର୍ଥାତ ବଡଦିନକୁ ସାରା ଦୁନିଆ ଧୁମଧାମରେ ପାଳନ କରିଥାଏ । ଏପରିକି ଗୁଗଲ ମଧ୍ୟ ନିଆରା ଡୁଡଲ ବନାଇ ଶୁଭେଚ୍ଛା ଜଣାଇଛି । ତେବେ ଫିଲ୍ମ କଳାକାର କାହିଁକି ପଛରେ ରହିବେ । ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ସ୍ୱାମୀ ନିକଙ୍କ ସହ ଶାଶୁଘରେ ବଡଦିନ ସେଲିବ୍ରେଟ କରିଛନ୍ତି ।
ପ୍ରିୟଙ୍କା ସେଲିବ୍ରେଶନର କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି , ଯେଉଁଥିରେ ପ୍ରିୟଙ୍କା ନିକ ଏବଂ ତାଙ୍କ ଶାଶୁଘର ଲୋକଙ୍କ ସହ ଫେଷ୍ଟିଭ ମୁଡରେ ନଜର ଆସିଛନ୍ତି । ଅନ୍ୟ ଏକ ଫଟୋରେ ପ୍ରିୟଙ୍କା ନିକ ଏବଂ ନିକଙ୍କ ଭାଇଙ୍କ ସହ ଫଟୋ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି ‘ବ୍ରଦର୍ସ ଇନ ମାଇଁ ଆର୍ମସ’ ।
ସେହିଭଳି ଅନ୍ୟ ଫଟୋରେ ଶାଶୂଘର ଲୋକଙ୍କ ସହ ମଧୁ ଚୋପ୍ରା ମଧ୍ୟ ନଜର ଆସିଛନ୍ତି । ପ୍ରିୟଙ୍କା ଦେଖି ଅନୁମାନ ହେଉଛି ଯେ ପ୍ରିୟଙ୍କା ତାଙ୍କ ପରିବାର ଲୋକଙ୍କ ସହ ଖୁବ ଏନଜୟ କରିଛନ୍ତି ।
ପ୍ରିୟଙ୍କା ୧ଡିସେମ୍ବର ଖ୍ରୀଷ୍ଟିୟାନ ରୀତିନୀତି ଏବଂ ଯୋଧପୁରରେ ୨ତାରିଖରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ଏହାପରେ ଦିଲ୍ଲୀରେ ଏକ ରିସେପସନ ରଖିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ସେହିପରି ମୁମ୍ବାଇରେ ରଖାଯାଇଥିବା ରିସେପସନରେ ଅନେକ ଫିଲ୍ମି କଳାକାର ନଜର ଆସିଥିଲେ । ଏବେ ଖବର ଶୁଣିବାକୁ ମିଳିଛି ଯେ ପ୍ରିୟଙ୍କା ଲସଏଂଜେଲସରେ ହଲିଉଡ ଫ୍ରେଣ୍ଡ୍ସ ମାନଙ୍କୁ ସ୍ପେଶାଲ ରିସେପସନ ପାର୍ଟି ଦେବେ ।