Only for Entertainment

ବିବାହ ରୀତିନୀତି ଆରମ୍ଭ, ପୂଜା ପାଇଁ ନିକ ଏବଂ ଦେଢଶୂର-ଶାଶୂଙ୍କ ସହ ବାହାରିଲେ ପିଗିଚପ୍ସ !

20

ପ୍ରିୟଙ୍କା ଚୋପ୍ରା ନିଜ ବିବାହ ତାରିଖ ସ୍ପଷ୍ଟ ନକଲେ ବି ପ୍ରସ୍ତୁତି ଜୋରସୋର ହେବାରେ ଲାଗିଛି । ରିପୋର୍ଟ ମୁତାବକ ପ୍ରିୟଙ୍କା ଏବଂ ନିକ ଜୋନସ ୨ ଡିସେମ୍ବରକୁ ବିବାହ କରିବାକୁ ଯାଊଛନ୍ତି । ଆଜି ଅର୍ଥାତ ୨୮ନଭେମ୍ବରରେ ତାଙ୍କର ଏକ ଛୋଟ ପୂଜାର ଆୟୋଜନ କରାଯାଇଛି , ଯାହା ପରେ ବିବାହର ସମସ୍ତ ରୀତିନୀତି ଆରମ୍ଭ କରିବେ ।

କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରିୟଙ୍କା ନିଜର ଭାବୀ ସ୍ୱାମୀ ଏବଂ ଦେଢଶୂର ଅର୍ଥାତ ଜୋ ଜୋନସ ଏବଂ ସୋଫି ଟର୍ନରଙ୍କ ସହ ସାମିଲ ହୋଇଛନ୍ତି । ଏହି ପୂଜା ପରେ ମିଳିତ ସୂତ୍ରରୁ ପ୍ରକାଶ ଯେ ୨୯ନଭେମ୍ବରରେ ମେହେନ୍ଦୀ ଏବଂ ୩୦ତାରିଖରେ ସଙ୍ଗୀତ ହେବ । ଏହି ଦୁଇଟି ଫଙ୍କସନ ମଧ୍ୟ ଯୋଧପୁର ଉମୈଦ ଭବନ ପ୍ୟାଲେସରେ ଆୟୋଜନ କରାଯାଇଛି ।

ବିବାହ ପରେ ପ୍ରିୟଙ୍କା ଏବଂ ନିକ ନିଜ ବନ୍ଧୁବାନ୍ଧବଙ୍କ ପାଇଁ ଦିଲ୍ଲୀ ଏବଂ ମୁମ୍ବାଇରେ ରିସେପସନ ରଖିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More