Only for Entertainment

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ପରେ ଅଭିନେତା ଗୋବିନ୍ଦା ଦେଖାଇଲେ ନିଜର ଦମ୍ , ବୋତଲ କ୍ୟାପ ଚ୍ୟାଲେଂଜ କଲେ ପୂରା !

65

ହଲିଉଡ ସହ ବଲିଉଡରେ ମଧ୍ୟ ବଟଲ କ୍ୟାପ ଚ୍ୟାଲେଂଜ ଜୋରଶୋରରେ ଚର୍ଚ୍ଚାରେ ରହିଛି । ସବୁଠାରୁ ଆଗେ ଅକ୍ଷୟ କୁମାର ଏହି ଚ୍ୟାଲେଂଜ କରିଥିଲେ । ସେ ହଲିଉଡ ଷ୍ଟାର ଜେସନ ଷ୍ଟେଥମଙ୍କ ବୋତଲ କ୍ୟାପ ଚ୍ୟାଲେଂଜ ପୂରା କରିଥିଲେ । ଯେଉଁଥିରେ କିକ୍ ଜରିଆରେ ବୋତଲ କ୍ୟାପ ଖୋଲିବାର ଥିଲା । ଯେମିତି ଅକ୍ଷୟ ଏହି ଚ୍ୟାଲେଂଜକୁ ପୂରା କଲେ, ସେହିଭଳି ପୂରା ବଲିଉଡ ଏହି ଚ୍ୟାଲେଂଜ ପଛରେ ଲାଗିପଡିଛି । ଟ୍ରାଇଗର ଶ୍ରଫ, ସିଦ୍ଧାର୍ଥ ମଲହୋତ୍ରା, ବିଦ୍ୟୁତ ଜାମୱାଲଙ୍କ ଭଳି ଅନେକ ଛୋଟ ବଡ କଳାକାର ଏହି ବୋତଲ କ୍ୟାପ ଚ୍ୟାଲେଂଜରେ ନଜର ଆସିଛନ୍ତି ।

ଏଭଳି ଏବେ ୯୦ଦଶକର ଅଭିନେତା ଗୋବିନ୍ଦା ଏହି ଚ୍ୟାଲେଂଜକୁ ପୂରା କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବଲିଉଡ ହିରୋ ନମ୍ବର୧ ଗୋବିନ୍ଦାଙ୍କ ଫିଟନେସ ଏହି ଷ୍ଟଂଟରେ ପରିଷ୍କାର ଭାବେ ନଜର ଆସିଛି ।

 

View this post on Instagram

 

Satur-Yay! ⚡?? #bottlecapchallenge #accepted ?

A post shared by Govinda (@govinda_herono1) on

ୱାର୍କଫ୍ରଂଟ ବିଷୟରେ ଗୋବିନ୍ଦା ଶେଷଥର ଫିଲ୍ମ ରଙ୍ଗିଲା ରାଜାରେ ନଜର ଆସିଥିଲେ । ଏହି ଫିଲ୍ମ ଏତେ କମାଲ କରିପାରିନଥିଲା ବକ୍ସ ଅଫିସରେ । ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ ପିଙ୍କି ଡାର୍ଲିଂ ଏବଂ ନ୍ୟାଶନାଲ ହିରୋ ଭଳି ଫିଲ୍ମରେ ନଜର ଆସିବେ । ଫିଲ୍ମ ପ୍ରମୋଶନ ସମୟରେ ଗୋବିନ୍ଦା ଏହା କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More