Only for Entertainment

ପିଲାଙ୍କ ଆଙ୍ଗୁଠିରେ କ୍ୟାଲକୁଲେଟର ଖୋଜିଲେ ଶିକ୍ଷୟତ୍ରୀ , ଭିଡିଓ ଦେଖି ବିଗ ବି ମଧ୍ୟ ହେଲେ ପ୍ରଭାବିତ !

74

ସୋସିଆଲ ମିଡିଆରେ ଜଣେ ଗଣିତ ଶିକ୍ଷୟତ୍ରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ହାତର ଆଙ୍ଗୁଠିକୁ ହିଁ କ୍ୟାଲକୁଲେଟର ବନାଇ ଦେଇଛନ୍ତି । ସେହି ଉପାୟରେ ତାଙ୍କର ଗୁଣନ କରିବା ଅନ୍ଦାଜ ପିଲାଙ୍କୁ କହିଛନ୍ତି । ଏହି ଗଣିତ ଶିକ୍ଷୟତ୍ରୀଙ୍କ ଏହି ଅନ୍ଦାଜକୁ ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏବଂ ବଲିଉଡ କିଙ୍ଗ ଖାନଙ୍କୁ ପସନ୍ଦ ଆସିଥିବା ବେଳେ ଏହା ଏବେ ବିଗ ବିଙ୍କୁ ମଧ୍ୟ ପସନ୍ଦ ଆସିଛି ।
ବିଗ ବି ଏହି ଶିକ୍ଷୟତ୍ରୀଙ୍କ ଭିଡିଓ ଶେୟାର କରି ଲେଖିଛନ୍ତି ଯେ , ଅଦ୍ଭୁତ, ଅଦ୍ଭୁତ, ଅଦ୍ଭୁତ ।

ଏହି ଶିକ୍ଷୟିତ୍ରୀଙ୍କ ଭିଡିଓ ପ୍ରଥମେ ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଅକାଉଂଟରେ ଶେୟାର କରିଥିଲେ । ଏହାପରେ ସମସ୍ତ ଲୋକଲୋଚନକୁ ଆସିଥିଲା ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଶିକ୍ଷୟିତ୍ରୀ ଜଣକଙ୍କ ନାଁ ରୁବୀ କୁମାରୀ, ଯିଏ କି ବିହାରରେ ରୁହନ୍ତି । ସେ ବାଙ୍ଗା ଜିଲ୍ଲାର ବୌଂସି ବ୍ଲକର ଏକ ମାଧ୍ୟମିକ ସ୍କୁଲରେ କାର୍ଯ୍ୟରତ ଅଟନ୍ତି । ତାଙ୍କର ଏହି ଭିଡିଓ ସର୍ବପ୍ରଥମେ ଟିଚର ଅଫ ବିହାର ନା’ରେ ଫେସବୁକ ପେଜରେ ଶେୟାର କରାଯାଇଥିଲା । ଏହାପରେ ଏହାକୁ ଆନନ୍ଦ ମହିନ୍ଦ୍ରାଙ୍କ ଠାରୁ ଶାହରୁଖ ଖାନଙ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଶେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More