ପୁଣିଥରେ ପପୁ ପମପମଙ୍କ ଭଳି କମେଡିଆନ ହେବେ ହିରୋ !
ନିର୍ମାତା ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ପୁଣି ଏକ ଓଡ଼ିଆ ସିନେମା ନିର୍ମାଣ କରୁଥିବା ଜଣାଯାଇଛି। ଏହି ପିଲ୍ମର ଟାଇଟଲ୍ ହେଲା ‘ହୀରାଲାଲ୍ ମୋତିଲାଲ୍’। ମୁନ୍ ଟିଭି ଓ ମାଇଁ ହାର୍ଟ ବିଟ୍ସ ଫର ଓଲିଉଡର ମିଳିତ ପ୍ରଯୋଜନାରେ ନିର୍ମିତ ହେଉଛି ଏହି ସିନେମା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶ୍ୱିନୀ ଗଡ଼ନାୟକ। ‘ହୀରାଲାଲ୍-ମୋତିଲାଲ୍’ର ଟାଇଟଲରୁ ହିଁ ଜଣାପଡୁଛି ଯେ ଏହା ଏକ କମେଡ଼ି। ଏଥିରେ ଜଣାଶୁଣା ହାସ୍ୟାଭିନେତା ଅମର ଓ ଗୁଡ୍ଡୁ ଏ ଦୁଇ ଭୂିମକାରେ ନଜର ଆସିବେ ବୋଲି କୁହାଯାଉଛି। ଏ ଦୁଇ ନାମୀ କଳାକାରଙ୍କ ବ୍ୟତୀତ ବାଳକୃଷ୍ଣଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ବାଳକୃଷ୍ଣ ସର୍ବପ୍ରଥମେ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଭାଇନା କ’ଣ କଲା ସେ’ଫିଲ୍ମରେ ନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ।
‘ହୀରାଲାଲ-ମୋତିଲାଲ୍’ର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ସୁମନ୍,କାଳିଆ,ଜୀବନ ପଣ୍ଡା,ବାବୁ ପ୍ରଧାନ,ସଲିଲ ମିତ୍ର,ଦେବୁ ବ୍ରହ୍ମା ପ୍ରମୁଖ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଯେ ,ଏହି ସିନେମାରେ ଦି ଜଣ ନୁହେଁ କି ତିନି ଜଣ ନୁହେଁ, ଛଅ ଛଅ ଜଣ ନାୟିକାଙ୍କୁ ଭେଟିବେ ଦର୍ଶକ। ଏମାନେ ସମସ୍ତେ ନବାଗତା। ଯେଉଁ ନୂଆ ନାୟିକାଙ୍କୁ ପରଦାରେ ଦର୍ଶକ ଦେଖିବାକୁ ପାଇବେ,ସେମାନେ ହେଲେ ମେହେକ୍,ଅମ୍ରିତା,ପ୍ରଜ୍ଞା,ଦିଶା,ପୁଷ୍ପାରାଣୀ ଓ ରୋଜାଲିନ୍ ପ୍ରମୁଖ।