Only for Entertainment

କଳଙ୍କର ନୂଆ ଗୀତ ରିଲିଜ । ଦେଖିବାକୁ ମିଳିଲା କୃତିଙ୍କ ଲଟକା-ଝଟକା ।

bollywoodtadka
27

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ କଳଙ୍କର ନୂଆ ଗୀତ ଗତ ଶନିବାରକୁ ରିଲିଜ ହୋଇଛି । ଗୀତରେ ବରୁଣ ଧାୱନ ଏବଂ ଆଦିତ୍ୟ ରୟ କପୁରଙ୍କ ସହିତ ନଜର ଆସିଛନ୍ତି ଅଭିନେତ୍ରୀ କୃତି ସାନନ ।

କୃତିଙ୍କ ଆଉଟଫିଟକୁ ଡିଜାଇନ କରିଛନ୍ତି ପ୍ରସିଦ୍ଧ ଡିଜାଇନର ମନୀଷ ମଲହୋତ୍ରା । ଗୀତରେ କୃତିଙ୍କ ଲଟକା ଝଟକାରେ ଆଦିତ୍ୟ ଏବଂ ବରୁଣ ଇମ୍ପ୍ରେଶ ହୋଇଥିବାର ନଜର ଆସିଛି । ତେବେ କୃତି ଗୀତର ଫଟୋ ଏବଂ ଲିଙ୍କ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଏହି ଗୀତର ରିଲିଜ ପୂର୍ବରୁ ନିର୍ମାତା ଏକ ଡ୍ୟାନ୍ସ ସଙ୍ଗ୍ ଟ୍ରାକ ରିଲିଜ କରିଥିଲେ । ଯେଉଁଥିରେ ଆଲିୟା ଭଟ୍ଟ, କିୟାରା ଆଡ଼ବାଣି ଏବଂ ମାଧୁରୀ ଦିକ୍ଷୀତ ନଜର ଆସିଥିଲେ । ତେବେ ଏହା ସହିତ ଘର ମୋର ପରଦେଶୀୟା ଏବଂ କଳଙ୍କ ନହିଁ ଇସ୍କ ମଧ୍ୟ ରିଲିଜ ହୋଇଥିଲା, ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

କହିରଖୁଛୁଯେ ଏହି ଗୀତ ବ୍ୟତୀତ କୃତି ଏବେ ଅନ୍ୟ ୪ଟି ଫିଲ୍ମରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More