ହିନ୍ଦୀ ସିନେମାର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଝଲକ ବଡ ପରଦାରେ ଦେଖିବା ପାଇଁ ଫ୍ୟାନ୍ସ ସବୁବେଳେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି । ବଲିଉଡ ଫିଲ୍ମରେ ତ ଏବେ ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ପାଇଁ ସମୟ ରହିଛି ମାତ୍ର ଏହା ପୂର୍ବରୁ ଐଶଙ୍କ ଜଲୱା ହଲିଉଡ ଫିଲ୍ମରେ ଦେଖିବାକୁ ମିଳିବ ।
ଅସଲରେ ଡିଜନି ନିଜର ଆଗାମୀ ଫିିଲ୍ମ ‘ମେଲଫିସେଣ୍ଟ ଦ ମିଷ୍ଟ୍ରି ଅଫ ଏଭିଲ’ର ଲିଡ ଚରିତ୍ରର ହିନ୍ଦୀ ଡବିଂ ପାଇଁ ଐଶ୍ୱର୍ଯ୍ୟାଙ୍କୁ ବାଛିଛନ୍ତି । ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମେଲଫିସେଣ୍ଟ ଚରିତ୍ର ପାଇଁ ଭଏସ ଦେଇଛନ୍ତି । ଏହି ଚରିତ୍ରରେ ହଲିଉଡ ଅଭିନେତ୍ରୀ ଆଞ୍ଜୋଲିନା ଜୋଲୀ ନଜର ଆସିଛନ୍ତି ।
ଭାରତରେ ରିଲିଜ ହେବାକୁ ଥିବା ‘ମେଲଫିସେଣ୍ଟ ଦ ମିଷ୍ଟ୍ରି ଅଫ ଏଭିଲ’ର ହିନ୍ଦୀ ଭର୍ସନରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଦମଦାର ଭଏସ ଶୁଣିବାକୁ ମିଳିବ । ନିକଟରେ ଫିଲ୍ମର ଏକ ଟିଜର ରିଲିଜ ହୋଇଛି । ଯେଉଁଥିରେ ଐଶ୍ୱର୍ଯ୍ୟଙ୍କ ଭଏସ ସହିତ ତାଙ୍କୁ ଦେଖିବାକୁ ମିଳିଛି ।
ଆପଣଙ୍କୁ କହିରଖୁଛୁ ଯେ, ଏହି ହଲିଉଡର ଏହି ଫିଲ୍ମ ୫ ପୂର୍ବେ ଆସିଥିବା ହିଟ ଫିଲ୍ମ ମେଲଫିସେଣ୍ଟର ଦ୍ୱିତୀୟ ଭାଗ । ଫିଲ୍ମ ୧୮ ଅକ୍ଟୋବରର ପରଦାକୁ ଆସିବ ।