Only for Entertainment

କାନ୍ସରେ ଚମକିଲେ ଐଶ୍ୱର୍ଯ୍ୟା, ଦେଖିବାକୁ ମିଳିଲା ମା-ଝିଅଙ୍କ ୟୁନିକ ଯୋଡି

DNA India
21

୭୨ତମ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ର ରେଡ୍ କାର୍ପେଟରେ ସେଲିବ୍ରିଟିଙ୍କ ଜଲୱା ଦେଖିବାକୁ ମିଳିଥିବା ବେଳେ ଏହି ଫେଷ୍ଟିଭାଲରେ ନିଜକୁ ସାମିଲ କରି ଚାର ଚାନ୍ଦ ଲଗାଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଗତକାଲି ସେ ଝିଅ ଆରାଧ୍ୟାଙ୍କ ସହ କାନ୍‌ ଫେଷ୍ଟିଭାଲ୍‌ରେ ଯୋଗଦେଇଛନ୍ତି।

କାନ୍ସରେ ଐଶଙ୍କ ଲୁକକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ରେଡ୍‌ କାର୍ପେଟ୍‌ରେ ଗୋଲ୍‌ଡେନ୍‌ ଗ୍ରୀନ୍‌ ରଙ୍ଗର ଏକ ଗାଉନ୍‌ ପିନ୍ଧି ଆକର୍ଷଣାୟ ଲାଗୁଛନ୍ତି ଐଶ୍ୱର୍ଯ୍ୟା। ଆଉ ଐଶ୍‌ଙ୍କର ଏହି ଲୁକ୍‌କୁ ଲୋକେ ସୂର୍ଯ୍ୟ ଲୁକ୍‌ର ନାଁ ମଧ୍ୟ ଦେଇଛନ୍ତି। କାରଣ ଏହି ଲୁକ୍‌ରେ ଐଶ୍‌ ଏକଦମ୍‌ ଚମକୁଛନ୍ତି। ଐଶ୍‌ଙ୍କ ଲୁକ୍‌ ଦେଖିବା ପରେ କିଛି ଲୋକ ଯେମିତି ସୂର୍ଯ୍ୟ ପୃଥିବୀ ପୃଷ୍ଠକୁ ଚାଲିଆସିଛନ୍ତି ବୋଲି କହିଛନ୍ତି।

aish 1

ସୋଶାଲ୍‌ ମିଡିଆରେ ଐଶ୍‌ଙ୍କ ଲୁକ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫେଷ୍ଟିଭାଲକୁ ମା’ ଐଶ୍‌ଙ୍କ ସହ ଆସିଥିବା ଝିଅ ଆରାଧ୍ୟା ବି କୋଉ ପରୀଠୁ କମ୍‌ ଲାଗୁନଥିଲେ। ଏକ ହଳଦିଆ ରଙ୍ଗର ଫ୍ରକ୍‌ରେ ହୋଇଥିବା ବଡ଼ ଫୁଲ ତାଙ୍କୁ ବି ଦେଇଥିଲା ଗ୍ଲାମରସ୍‌ ଲୁକ୍‌।

ଏହା ପୂର୍ବରୁ ଦୀପିକା, ପ୍ରିୟଙ୍କା, କଙ୍ଗନାଙ୍କ ସମେତ ଟେଲି ଅଭିନେତ୍ରୀ ହିନା ଖାନ ମଧ୍ୟ ନିଜର ଲୁକକୁ ନେଇ ଦର୍ଶକଙ୍କ ପ୍ରଶଂସା ପାଇଛନ୍ତି ।

 

View this post on Instagram

 

?My Sunshine Forever☀️?✨ ?LOVE YOU ❤️

A post shared by AishwaryaRaiBachchan (@aishwaryaraibachchan_arb) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More