Only for Entertainment

୫ ବର୍ଷ ପରେ ଏହି ନିର୍ଦ୍ଦେଶକଙ୍କ ସହିତ କାମ କରିବେ ଅଜୟ ଦେବଗନ ।

DNA India
26

ଅଜୟ ଦେବଗନ ଏବଂ ପ୍ରକାଶ ଝା ୫ବର୍ଷ ପରେ ଏକ ନୂଆ ପ୍ରୋଜେକ୍ଟର କାମ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ସତ୍ୟାଗ୍ରହରେ ଦୁହିଁଙ୍କ ଯୋଡି ଦେଖିବାକୁ ମିଳିଥିଲା । ଦୁହେଁ ଏପର୍ଯ୍ୟନ୍ତ ୫ଟି ଫିଲ୍ମ ଦେଇଛନ୍ତି ଏବଂ ପାଂଚଟି ଯାକ ଫିଲ୍ମ ଦର୍ଶକଙ୍କ ସହିତ କ୍ରିଟିକଙ୍କୁ ମଧ୍ୟ ପସନ୍ଦ ଆସିଛି ।

ରିପୋର୍ଟ ଅନୁସାରେ ଅଜୟ ଦେବଗନ ଏବଂ ପ୍ରକାଶ ଝାଙ୍କ ସହିତ ଏହି ନୂଆ ପ୍ରୋଜେକ୍ଟ ପାଇଁ ହାତ ମିଳାଇଛନ୍ତି । ଏବେ ଫିଲ୍ମର କାଷ୍ଟିଂ ଏବଂ ଲୋକେସନକୁ ନେଇ କାମ ଚାଲିଛି । ସବୁ କିଛି ଠିକ ହେବା ପରେ ଫିଲ୍ମ ବିଷୟରେ ଘୋଷଣା କରାଯିବ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମର କାହାଣୀ ସତ ଘଟଣା ଉପରେ ଆଧାରିତ ହୋଇପାରେ ।

କହିରଖୁଛୁ ଯେ, ଅଜୟ ଦେବଗନ ଏବଂ ପ୍ରକାଶ ଝା ଏପର୍ଯ୍ୟନ୍ତ ଦିଲ କ୍ୟା କରେ, ଗଙ୍ଗାଜଳ, ଅପହରଣ, ରାଜନୀତି ଏବଂ ସତ୍ୟାଗ୍ରହ ପରି ଫିଲ୍ମ ଦେଇଛନ୍ତି ଏବଂ ଏହି ଫିଲ୍ମ ଗୁଡିକ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ଅଜୟ ଦେବଗନ ଶେଷ ଥର ପାଇଁ ଫିଲ୍ମ ‘ରେଡ’ରେ ନଜର ଆସିଥିଲେ । ରେଡ ପରେ ଅଜୟ ଦେବଗନ ଏବେ ଟୋଟାଲ ଧମାଲର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ସହିତ ସେ ପିରିୟଡିକ ଡ୍ରାମା ଫିଲ୍ମ ତାନାଜୀ ଏବଂ ନିରଜ ପାଣ୍ଡେଙ୍କ ଫିଲ୍ମ ଚାଣକ୍ୟରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More