Only for Entertainment

ଆଉ ନାହାଁନ୍ତି ରେଡ୍ ଫିଲ୍ମର ଏହି ଚର୍ଚ୍ଚିତ ଜେଜେମା, ଫେଭିକ୍ୱିକ ବିଜ୍ଞାପନରେ ଖୁବ ହସାଇଥଲେ

37

ଅଜୟ ଦେବଗନଙ୍କ ଫିଲ୍ମ ରେଡ୍ ରେ କାମ କରିଥିବା ଅଭିନେତ୍ରୀ ପୁଷ୍ପା ଯୋଶୀ ମଙ୍ଗଳବାରକୁ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ପୁଷ୍ପା ଫିଲ୍ମ ରେଡ ରେ ଅଭିନେତା ସୌରଭ ଶୁକ୍ଳାଙ୍କ ମା’ ଚରିତ୍ରରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା ।

 

୮୫ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ନିକଟରେ ପୁଷ୍ପାଙ୍କୁ ଫେଭିକ୍ୱିକ ବିଜ୍ଞାପନରେ ଦେଖିବାକୁ ମିଳିଥିଲା । ସେଥିରେ ତାଙ୍କ କ୍ୟୁଟ ଅନ୍ଦାଜ ଦର୍ଶକଙ୍କୁ ଖୁବ ମତୁଆଲା କରିଥିଲା । କୁହାଯାଉଛି ଗତ ସପ୍ତାହରେ ସେ ଘରେ ପାଦ ଖସି ଯିବାରୁ ପଡ଼ି ଯାଇଥିଲେ, ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାକଲା । ସେଠାରେ ଜଣାପଡ଼ିଲା ଫ୍ରାକ୍ଚର ହୋଇଛି ।

 

ଫିଲ୍ମ ରେଡ ର ନିର୍ଦ୍ଦେଶକ ରାଜ କୁମାର ଗୁପ୍ତା ଏହାର ସୂଚନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More