Only for Entertainment

ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ନଜର ଆସିବେ ସୋନମ କପୁର !

One World News
35

ବଲିଉଡର ଖିଲାଡୀ କୁମାର ଅର୍ଥାତ ଅକ୍ଷୟ କୁମାରଙ୍କ ସହିତ କାମ କରିବାକୁ କିଏ ବା ମନା କରିବ । ଅକ୍ଷୟ କୁମାରଙ୍କ ପ୍ରତ୍ୟେଟି ଫିଲ୍ମ ଲୋକଙ୍କୁ ପ୍ରୋତ୍ସାଦିତ କରଥାଏ । ଆପଣ ଜାଣିଥିବେ ଯେ ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଫିଲ୍ମ ସିମ୍ବା ପରେ ‘ସୂର୍ଯ୍ୟବଂଶୀ’ ନାମକ ଫିଲ୍ମ ନିର୍ମାଣ କରୁଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାର ଏଟିଏସ ଏଫିସର ଭୂମିକାରେ ନ ଜର ଆସିବେ । ତେବେ ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟରେ ଅଭିନେତ୍ରୀ ସୋନମ କପୁର ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଖବର ଅନୁସାରେ ରୋହିତ ସେଟ୍ଟୀ ଏବଂ ତାଙ୍କ ଟିମ ଏହି ପ୍ରୋଜେକ୍ଟ ପାଇଁ ସୋନମଙ୍କ ସହିତ କଥା ହେଉଛନ୍ତି । ତେବେ ସୋନମ ଏହି ପ୍ରୋଜେକ୍ଟ ପାଇଁ ରାଜି ହେଉଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା । ତେବେ ଏହା ପ୍ରଥମ ଥର ନୁହେଁ ଯେ ସୋନମ ଅକ୍ଷୟଙ୍କ ଅପୋଜିଟରେ ନଜର ଆସିବେ । ଏହା ପୂର୍ବରୁ ଦୁହେଁ ଫିଲ୍ମ ‘ପ୍ୟାଡମ୍ୟାନ’ରେ ସ୍କ୍ରିନ ସେୟାର କରିଛନ୍ତି ।

ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଫିଲ୍ମରେ ଅକ୍ଷୟଙ୍କ ଅପୋଡିଟରେ ପୂଜା ହେଗଡେଙ୍କୁ କାଷ୍ଟ କରାଯାଇପାରେ । ଏହା ସହିତ କିଛି ରିପୋର୍ଟରେ କ୍ୟାଟ୍ରିନା କୈଫଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି । ତେବେ ଦେଖିବାକୁ ବାକି ରହିଲା କିଏ ଅକ୍ଷୟଙ୍କ ଅପୋଜିଟରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More