Only for Entertainment

ରିଲିଜ ହେଲା ‘ଅମାବସ୍’ର ରୋମାଂଟିକ୍ ଗୀତ ‘ଧଡକନ୍’

Times of India
33

ଆଗାମୀ ବଲିଉଡ୍ ହରର୍ – ଥ୍ରୀଲର୍ ଫିଲ୍ମ ଅମାବସର ରୋମାଂଟିକ୍ ଗୀତ ‘ଧଡକନ୍’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ନାୟକ ସଚିନ୍ ଯୋଶିଙ୍କୁ ନାୟିକା ନରଗିଶ ଫକରିଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହାଛଡା ନବଗତା ସୁନ୍ଦରୀ ନବନୀତଙ୍କୁ ବି ଦେଖିବାକୁ ମିଳିଛି ଏହି ଗୀତରେ । ଆକର୍ଷଣୀୟ ଫରେନ୍ ଲୋକେସନ ସହ ନାୟକ-ନାୟିକାଙ୍କ ରୋମାନ୍ସ ଏହି ଗୀତକୁ କରିଛି ଆହୁରି ମନଲୋଭା ।

ଏହି ମନଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ଯୁବିନ୍ ନୌତିଆଲ୍ ଓ ପଲକ୍ ମୁଚାଲ୍ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସଂଜୀବ ଦର୍ଶନ । ଗୀତିକାର ସନ୍ଦିପ ନାଥ ଏହି ରୋମାଂଟିକ୍ ଗୀତକୁ ରଚନା କରିଛନ୍ତି । ଏହି ସିନେମାଟି ଏକ ହରର୍ – ଥ୍ରୀଲର୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଏହି ସିନେମା ଜରିଆରେ ଅନେକ ଦିନ ପରେ ପରଦାରେ ଅଭିନେତ୍ରୀ ନରଗି ଫକରିଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ପ୍ରଥମ ଥର ପାଇଁ ଅଭିନେତା ସଚିନ୍ ଯୋଶୀଙ୍କ ସହ ରୋମାନ୍ସ କରିଛନ୍ତି ନରଗିସ୍ । ସଚିନ୍ ଯୋଶିଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭୂଷଣ ପଟେଲ୍ । ଆସନ୍ତା ବର୍ଷ ପରଦାକୁ ଆସିବ ଚଳଚ୍ଚିତ୍ର ଅମାବସ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More