Only for Entertainment

ଠକେଇ ଅଭିଯୋଗରେ ଫସିଲେ ଅମୀଷା ପଟେଲ, ଯୁବତୀଙ୍କୁ ଫିଲ୍ମରେ ସୁଯୋଗ ଦେବାର ପ୍ରଲୋଭନ ଦେଖାଇଥିଲେ

youtube
28

ଦିନେ ବଲିଉଡର ଏକ ଚୁଲବୁଲି ନାୟିକା ଥିଲେ ଅମୀଷା ପଟେଲ । ଫିଲ୍ମ କହୋ ନା ପ୍ୟାର ହୈ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ । ଏବେ କିନ୍ତୁ ଫିଲ୍ମକୁ ନେଇ ନୁହେଁ ବରଂ ଏକ ଅଭିଯୋଗକୁ ନେଇ ସାମ୍ନାକୁ ଆସିଛନ୍ତି ଏହି ବଲିଉଡ ସୁନ୍ଦରୀ ।ଅଭିନେତ୍ରୀ ଅମିଷା ପଟେଲଙ୍କ ବିରୋଧରେ ଠକେଇର ଅଭିଯୋଗ ହୋଇଥିବା ନେଇ ସାମ୍ନାକୁ ଆସିଛି। ଇନ୍ଦୋର ଅଦାଲତରେ ଏ ନେଇ ମାମଲା ରୁଜୁ କରାଯାଇଥିବା ବେଳେ ଜାନୁଆରୀ ୨୭ରେ ଅଦାଲତରେ ହାଜର ହେବା ପାଇଁ ଅଦାଲତ ପକ୍ଷରୁ ଅମିଷାଙ୍କୁ ଆଦେଶ ଦିଆଯାଇଛି। କରାଯାଇଥିବା ଅଭିଯୋଗ ମୁତାବକ, ଅମିଷା ଇନ୍ଦୋରର ଜଣେ ଯୁବତୀଙ୍କଠାରୁ ଫିଲ୍ମର ପ୍ରଯୋଜନା ପାଇଁ ୧୦ଲକ୍ଷ ଟଙ୍କା ନେଇଥିଲେ। ପରେ ସେ ୧୦ଲକ୍ଷ ଟଙ୍କାର ଚେକ୍ ଯୁବତୀଙ୍କୁ ଦେଇଥିଲେ ମଧ୍ୟ ତାହା ବାଉନ୍ସ ହୋଇ ଯାଇଥିଲା। ଚେକ୍ ବାଉନ୍ସ ହେବା ପରେ ଯୁବତୀଜଣଙ୍କ ଅନେକ ଥର ଟଙ୍କା ଫେରି ପାଇବା ପାଇଁ ଅମିଷାଙ୍କ ପାଖକୁ ଯାଇଥିଲେ ମଧ୍ୟ ସେ ଟଙ୍କା ଦେଇ ନଥିଲେ। ଯାହା ପରେ ଯୁବତୀଜଣଙ୍କ ଏଭଳି ଅଭିଯୋଗ ଆଣିଛନ୍ତି।

 

ତେବେ ଦେଖିବାକୁ ଗଲେ, ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ତାଙ୍କ ବିରୋଧରେ ଆଉ ଏକ ଠକେଇର ମାମଲା ସାମ୍ନାକୁ ଆସିଥିଲା। ରାଞ୍ଚି ଅଦାଲତରେ ୩କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲା ଏବେ ବି ବିଚାରଧିନ ରହିଛି। ଏହି ମାମଲା ପାଇଁ ତାଙ୍କ ବିରୋଧରେ ଗିରଫ ପରୱାନା ମଧ୍ୟ ଜାରି କରାଯାଇ ସାରିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More