Only for Entertainment

ବିହାରର ୨୧୦୦ କୃଷକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଲେ ଅମିତାଭ ବଚ୍ଚନ, ବ୍ୟାଙ୍କ ଲୋନ କଲେ ପରିଶୋଧ

google
24

ବଲିଉଡ ମହାନାୟକ ଅମିତାଭ ବଚ୍ଚନ କୃଷକଙ୍କ ପାଇଁ କିଛି ନା କିଛି ହିତକର କାର୍ଯ୍ୟ କରିଥାନ୍ତି । ଏବେ ଏହି ମହାନ ଅଭିନେତା ବିହାରର ଦୁଇ ହଜାରରୁ ଅ ଧିକ କୃଷକଙ୍କ ବ୍ୟାଙ୍କ ଋଣ ପରିଶୋଧ କରି ତାଙ୍କୁ ବଡ ଆସ୍ୱସ୍ତି ଦେଇଛନ୍ତି ।

ଅମିତାଭ ବଚ୍ଚନ ନିଜ ବ୍ଲଗ ଜରିଆରେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ଗୋଟିଏ ପ୍ରତିଜ୍ଞା କରାଯାଇଥିଲା ଯାହା ପୂରା ହେଲା… ବିହାରରେ ଏପରି ଅନେକ କୃଷକ ଥିଲେ ଯେଉଁମାନଙ୍କର ଋଣ ବାକି ରହିଥିଲା । ସେମାନଙ୍କ ମଧ୍ୟରୁ ୨୧୦୦ କୃଷକଙ୍କ ଋଣ ପରିଶୋଧ କରାଗଲା ।’

big b 1

 

ଏହି କାର୍ଯ୍ୟକ୍ରମ ର କିଛି ଫଟୋ ଅମିତାଭ ବଚ୍ଚନ ନିଜ ବ୍ଲଗରେ ସେୟାର କରିଛନ୍ତି । ଫଟୋରେ ଅମିତାଭ ବଚ୍ଚନଙ୍କ ସହିତ ପୁଅ ଅଭିଷେକ ବଚ୍ଚନ ଏବଂ ଝିଅ ଶ୍ୱେତା ନନ୍ଦା ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଶେଷରେ ଅମିତାଭ ବଚ୍ଚନ କୃଷକମାନଙ୍କ ସହିତ ଫଟୋ ଉଠାଇଥିଲେ ।

ଏହା ପ୍ରଥମଥର ନୁହେଁ ଯେ, ଅମିତାଭ ବଚ୍ଚନ କୃଷକଙ୍କ ଋଣ ପରିଶୋଧ କରିବା ପାଇଁ ଆଗକୁ ଆସିଛନ୍ତି । ଏହା ପୂର୍ବରୁ ସେ ଉତ୍ତର ପ୍ରଦେଶର ଏକ ହଜାରରୁ ଅଧିକ କୃଷକଙ୍କ ଋଣ ପରିଶୋଧ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More