Only for Entertainment

ପୁଣିଥରେ ସ୍କ୍ରିନ ସେୟାର କରିବେ ଅମ୍ଳାନ-ଶ୍ରଦ୍ଧା!

you tube
29

ନିକଟରେ ଅଭିନେତା ଅମ୍ଳାନ ଏବଂ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏବେ ଦୁହିଁଙ୍କୁ ପୁଣିଥରେ ସ୍କିନ ସେୟାର କରିବାକୁ ଯାଉଛନ୍ତି । ଏବେ ସେ ଯେଉଁ ସିନେମାରେ କାମ କରୁଛନ୍ତି ତା’ର ଟାଇଟଲ ହେଲା ‘ରାଜା ସାହିବା’ । ଏଥିରେ ସେ ବନିଛନ୍ତି ସାହିବା, ଆଉ ରାଜା ବନିଛନ୍ତି ଅମ୍ଲାନ । ଏହା ହେଉଛି ଏକ ହିନ୍ଦୁ-ମୁସ୍‍ଲିମ୍‍ ପ୍ରେମ କାହାଣୀ । ‘ରାଜା ସାହିବା’ରେ ଜଣେ ମୁସଲମାନ ଯୁବତୀ ଭୂମିକାରେ ନଜର ଆସିବେ ଶ୍ରଦ୍ଧା । ଏହା ଅମ୍ଲାନ-ଶ୍ରଦ୍ଧା ଯୋଡ଼ିଙ୍କର ଦ୍ୱିତୀୟ ଓଡ଼ିଆ ସିନେମା । ଆଗରୁ ଉଭୟଙ୍କୁ ‘ଫ୍ରମ୍‍ ମି ଟୁ ୟୁ’ରେ ଦେଖିବାକୁ ପାଇଥିଲେ ଦର୍ଶକ ।

ଶ୍ରଦ୍ଧା ରିଆଲିଟି ସୋ’ ‘ମିଠାମିଠା ଯୋଡ଼ି’ ଜରିଆରେ ଓଲିଉଡରେ ଏଣ୍ଟ୍ରି ପାଇଥିଲେ । ଏହାପରେ ସେ ‘ମିଠା ମିଠା’ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ତେବେ ପ୍ରଥମ ସିନେମା ପରେ ଶ୍ରଦ୍ଧା ଟେଲି ଦୁନିଆଁରେ ଅଧିକ ସକ୍ରିୟ ରହି ଫିଲ୍ମ ପାଇଁ ସମୟ ଦେଇ ପାରୁନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More