Only for Entertainment

ପ୍ରେଗ୍ନେଂସୀକୁ ଉପଭୋଗ କରୁଛନ୍ତି ଆମି, ସୋସିଆଲ ମିଡିଆରେ ଶେୟାର କରି ଜଣାଇଲେ ଖୁସି !

44

ବ୍ରିଟିଶ ମଡେଲ ଏବଂ ବଲିଉଡ ଅଭିନେତ୍ରୀ ଆମି ଜାକସନ କିଛି ଦିନ ହେବ ନିଜ ପ୍ରେଗ୍ନେଂସିକୁ ନେଇ ଖୁବ ଉପଭୋଗ କରୁଛନ୍ତି । ସେ ୧ଜାନୁୟାରୀରେ ବୟଫ୍ରେଣ୍ଡ ଜର୍ଜ ପାନୟିୟୋଟୌ ସହ ସିକ୍ରେଟରେ ନିର୍ବନ୍ଧ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛନ୍ତି । ବିଗତ ଦିନ ସେ ନିଜ ପ୍ରେଗ୍ନେସି କଥା ଫ୍ୟାନଙ୍କ ସହ ଶେୟାର କରିଛନ୍ତି । ଆମି ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି । ନିକଟରେ ପୁଣି ଥରେ ଏମି ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି ।

ଫଟୋରେ ନିଜ ବେବି ବମ୍ପ ଫ୍ଲଂଟ କରୁଥିବାର ନଜର ଆସିଛନ୍ତି । ଖାସ କଥା ହେଉଛି ଫଟୋ ଶେୟାର କରି ତାଙ୍କର ପ୍ରେଗ୍ନେସୀ ୨୨ତମ ସପ୍ତାହ ଚାଲିଛିଏମି ଏହାମଧ୍ୟ କରିଛନ୍ତି ଯେ ତାଙ୍କର ପ୍ରେଗ୍ନେସୀ ୨୨ତମ ସପ୍ତାହ ଚାଲିଛି ।

ଆମି ପୁରୁଣା ଫଟୋକୁ ତୁଳନା କରି ନୂଆ ଫଟୋ ଶେୟାର କରିଛନ୍ତି । ଫଟୋ ଶେୟାର କରି ନିଜ ଭାବନା ପ୍ରକାଶ କରିଛନ୍ତି ଏବଂ ଲେଖିଛନ୍ତି ଛୁଆ ବଡ ହେଉଛି ।

ନିର୍ବନ୍ଧ ଫଟୋରେ ଆମି ନିଜ ବେବି ବମ୍ପକୁ ଫ୍ଲଂଟ କରୁଥିବାର ନଜର ଆସିଥିଲେ । ଆମି ଏବଂ ଜର୍ଜ ୨୦୧୫ରୁ ସମ୍ପର୍କରେ ଥିଲେ । ଜର୍ଜ ବ୍ରିଟେନର ଅରବପତି ପରିବାର ମଧ୍ୟରୁ ଅଟନ୍ତି । ଆମିଙ୍କୁ ଭାବୀସ୍ୱାମୀ ୧୬ବର୍ଷ ବୟସରେ ନିଜ ବାପାଙ୍କ ଗୃପକୁ ସମ୍ଭାଳିଥିଲେ ।
ଆମିଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସେ ୨.୦ରେ ଭଳି ସୁପରହିଟ ଫିଲ୍ମରେ ଶେଷଥର ନଜର ଆସିଥିଲେ । ଯାହା ବକ୍ସଅଫିସରେ ହିଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More