Only for Entertainment

ରୋମାଣ୍ଟିକ କମେଡି ଫିଲ୍ମ ‘ଗରମ ମସଲା’ରେ ଲିଡ ଅଭିନେତ୍ରୀ ଭାବେ ନଜର ଆସିବେ ଅନନ୍ୟା

EnewsOdia
78

ନିକଟରେ ନାୟିକା ଅନନ୍ୟା ମିଶ୍ର ଆଉ ଏକ ଓଡିଆ ସିନେମା ଲାଗି ଫିଲ୍ମ ସାଇନ କରିଥିବା ଜଣାଯାଇଛି । ଏହି ସିିନେମାର ଟାଇଟଲ ହେଲା ‘ଗରମ ମସଲା’ । ଏଥିରେ ଆଉଜଣେ ନାୟିକା ସୁମନପ୍ରିୟା ବି ଅଛନ୍ତି । ଏହା ଏକ ରୋମାଣ୍ଟିକ୍‍ କମେଡି ଫିଲ୍ମ ଅଟେ । ଆଇଟମ୍‍ ଗାର୍ଲ ବନି ଚର୍ଚ୍ଚିତ ହୋଇଥିବା ନାୟିିକା ଅନନ୍ୟା ହିରୋଇନ ଭାବେ ଓଡିଆ ଫିଲ୍ମରେ ଯେତିକି ଚର୍ଚ୍ଚାକୁ ଆସି ନଥିଲେ, ତା’ଠାରୁ ଅଧିକ ଲୋକପ୍ରିୟତା ଆଣିଦେଇଥିଲା ତାଙ୍କର ଏହି ଆଇଟମ୍‍ ଗୀତ । ଏଠାରେ ଯେଉଁ ଆଇଟମ୍‍ ନମ୍ବର କଥା କୁହାଯାଉଛି, ତା ହେଲା ଅମ୍ଲାନ-ଅନୁଭା ଅଭିନୀତ ଫିଲ୍ମ ‘ବଜରଙ୍ଗୀ’ର ଏ ଫର୍‍ ଆପୁଲ୍‍ ଆପୁଲ୍‍ ବି ଫର୍‍ ବାନାନା…  । ଆଉ ଏହି ଗୀତରେ ଆଇଟମ୍‍ ଗାର୍ଲ ଭାବେ ପରଦାକୁ ଆସିଥିଲେ ଅନନ୍ୟା ଦେଖାଯାଉ ଆଗକୁ ଯେଉଁ ସବୁ ନୂଆ ସିନେମା ଆସୁଛି ତାହା ତାଙ୍କୁ ସଫଳତା ଆଣି ଦେଉଛି କି ନାହିଁ ।

କହିରଖୁଛୁ ଯେ, ରମେଶ ରାଉତଙ୍କ ନିର୍ଦ୍ଦେଶିତ ତଥା ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ଓଡିଆ ଫିଲ୍ମ ‘ଗଡ୍‍ ଫାଦର୍‍’ ହେଉଛି ଓଡିଆ ନାୟିକା ଅନନ୍ୟା ମିଶ୍ରଙ୍କର ପ୍ରଥମ ସିନେମା । ଏଥିରେ ଅନନ୍ୟାଙ୍କ ଅପୋଜିଟରେ ନଜର ଆସିଥିଲେ ନବାଗତ ସତ୍ଶ୍ରୀ । ଏହା ସହିତ ଅନନ୍ୟାଙ୍କ ଦ୍ୱିତୀୟ ସିନେମାଟି ହେଲା ‘କଟି ପତଙ୍ଗ’ । ଏଥିରେ ଅନନ୍ୟାଙ୍କ ବିପକ୍ଷରେ ନାୟକ ଭୂମିକାରେ ଥିଲେ ଚକ୍ଲେଟ୍ ହିରୋ ଅଭିଷେକ । ତା’ ଛଡା ସେ ଅନ୍ୟ ଏକ ସିନେମା ‘ତୁ ମୋ ଡ୍ରିମ୍‍ ଗାର୍ଲ’ରେ ବି ନାୟିକା ଭାବେ ଆସୁୁଛନ୍ତି । ଏଥିରେ ନବାଗତ ଶୁଭମ୍‍ ଗିରି ଅଛନ୍ତି ନାୟକ ଭୂମିକାରେ । ପି ପ୍ରଭାକର ଏହାର ନିର୍ଦ୍ଦେଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More