Only for Entertainment

‘କାରଗିଲ ଗର୍ଲ’ରେ ଏହି ହ୍ୟାଣ୍ଡସମ ହଙ୍କ ତୁଲାଇବେ ଜାହ୍ନବୀଙ୍କ ଭାଇ ଭୂମିକା !

39

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଅପକମିଂ ଫିଲ୍ମ ସୁଟିଂ ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମ ଫାଇଟର ପାୟଲଟ ଗୁଂଜନ ସକ୍ସେନାଙ୍କ ବାୟୋପିକ ଉପରେ ଆଧାରିତ । ଏବେ ଧୀରେ ଧୀରେ ଫିଲ୍ମର ଅନ୍ୟ ଷ୍ଟାର କାଷ୍ଟଙ୍କ ଖୁଲାସା ହେବାରେ ଲାଗିଛି । ଏହି ଫିଲ୍ମରେ ଜାହ୍ନବୀଙ୍କ ବ୍ୟତୀତ ଅଙ୍ଗଦ ବେଦୀ ମଧ୍ୟ ଅଛନ୍ତି । ଅଙ୍ଗଦ ଏହି ଫିଲ୍ମରେ ଜାହ୍ନବୀଙ୍କ ଭାଇ ଭୂମିକା ତୁଲାଇବେ । ନିକଟରେ ଫିଲ୍ମର ନାଁ ମଧ୍ୟ ସାମ୍ନାକୁ ଆସିଛି । ଫିଲ୍ମର ନାଁ ରହିଛି ‘କାରଗିଲ ଗର୍ଲ’ ।

ଏକ ରିପୋର୍ଟ ମୁତାବକ, ଅଙ୍ଗଦ ଫିଲ୍ମରେ ଗୁଂଜନଙ୍କ ଭାଇ ଅଂଶୁମାନ ସକ୍ସେନନା ଭୁମିକା ତୁଲାଇବେ । ୱିକେଣ୍ଡରେ ଜାହ୍ନବୀ ଏବଂ ଅଙ୍ଗଦଙ୍କୁ ଲଖନଉରେ ସୁଟ କରୁଥିବା ଦେଖିବାକୁ ମିଳିଥିଲା । ଅଙ୍ଗଦ ଆର୍ମି ଅଫିସର ଭୂମିକାରେ ଏବଂ ପଙ୍କଜ ତ୍ରିପାଠୀ ଜାହ୍ନବୀଙ୍କ ବାପାଙ୍କ ଭୁମିକା ତୁଲାଇବେ । ଫିଲ୍ମ ସୁଟିଂ ୨ମାର୍ଚ୍ଚ ପର୍ଯ୍ୟନ୍ତ ଲଖନଉରେ ହେବ । ଏହାପରେ ଟିମ ମୁମ୍ବାଇ ଫେରିବ । ଏହାପରେ ଫିଲ୍ମର ୨ୟ ସିଡ୍ୟୁଲ ହେବ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଜାହ୍ନବୀଙ୍କ ଭଉଣୀ ଏବଂ ସଂଜୟ କପୁରଙ୍କ ଝିଅ ସନାୟା କପୁର ଏହି ଫିଲ୍ମରେ ଆସିଷ୍ଟାଂଟ ଡାଇରେକ୍ଟର କାମ କରୁଛନ୍ତି । ସେ ମଧ୍ୟ ହିରୋଇନ ହେବା ପାଇଁ ଚାହୁଁଛନ୍ତି , ମାତ୍ର ଏବେ ସେ ପରଦା ପଛରେ ରହି ଏକ୍ସପିରିୟନ୍ସ ନେବାକୁ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More