Only for Entertainment

ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ ତାଙ୍କ ଜନ୍ମଦିନ ଅବସରରେ କଲେ ଡ଼ବଲ ସେଲିବ୍ରେସନ୍, ଦେଖନ୍ତୁ ଭିଡିଓ !

31

ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ ତାଙ୍କ ଜନ୍ମଦିନ ଅବସରରେ ଡ଼ବଲ ସେଲିବ୍ରେସନ୍ କରିଛନ୍ତି । ଆଜି ଅଙ୍କିତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି । ଛୋଟ ପରଦାରୁ କ୍ୟାରିଅର ଆରମ୍ଭ କରିଥିବା ଅଙ୍କିତା ତାଙ୍କର ଡ଼େବ୍ୟୁ ଫିଲ୍ମ ମଣିକଣ୍ଣିକାର ଟ୍ରେଲର ଲଂଚ ଉତ୍ସବରେ ଜନ୍ମଦିନ ସେଲିବ୍ରେସନ୍ କରିଛନ୍ତି ତାଙ୍କର ପୁରା ଟିମ୍ । ଏହି ସେଲିବ୍ରେସନରେ ଫିଲ୍ମରେ ଥିବା ଏକ ଫଟୋକୁ ନେଇ କେକ ପ୍ରସ୍ତୁତ ହୋଇଥିବା କେକ କାଟିଥିଲେ ଅଙ୍କିତା ।

ଏହି ଅବସରରେ ଫିଲ୍ମ ପ୍ରଡ଼ୁସର କମଲ ଜୈନ୍ ଏବଂ ଫିଲ୍ମ ଷ୍ଟାକୋଷ୍ଟ ମାନେ ଉପସ୍ଥିତ ହୋଇ କେକ୍ କାଟି ସେଲିବ୍ରେସନ୍ କରିଛନ୍ତି । ଫିଲ୍ମ ମଣିକର୍ଣ୍ଣିକାରେ ଅଙ୍କିତା ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଝାଲକାରୀ ବାଇ ଭୁମିକାରେ ନଜର ଆସିବେ ଅଙ୍କିତା ।
ଏଠାରେ ଆମେ କହି ରଖୁଛୁ ଯେ ଅଙ୍କିତା ୨୦୦୯ରେ ଜିଟିଭିରେ ପ୍ରସାରିତ ପବିତ୍ର ରିସ୍ତାରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଯାହା ତାଙ୍କୁ ସଫଳତା ଆଣି ଦେଇଥିଲା ।

ଦୀର୍ଘ ୧୦ବର୍ଷ ପରେ ଅଙ୍କିତା ପୁଣି ଥରେ ନଜର ଆସିବେ ନିଜ ଡେବ୍ୟୁ ଫିଲ୍ମ ‘ ମଣିକର୍ଣ୍ଣିକା’ରେ । ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ କଙ୍ଗନା ରଣାୱତ । ଅଙ୍କିତା ସୁଶାନ୍ତ ସିଂ ରାଜପୁତଙ୍କ ସହ ୬ବର୍ଷ ରିଲେସନସିପରେ ଥିଲେ ମାତ୍ର କୌଣସି କାରଣ ବଶତଃ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଫଳରେ ୨୦୧୬ରେ ତାଙ୍କର ବ୍ରେକଅପ ହୋଇଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More