Only for Entertainment

ପ୍ରଥମଥର ପାଇଁ ଏହି ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କ ସହିତ ସ୍କ୍ରିନ ସେୟାର କରିବେ ଅନୁଭା

facebook
36

ଓଲିଉଡର ଲୋକପ୍ରିୟ ନାୟିକା ଅନୁଭାଙ୍କୁ ମିଳିଛି ଏକ ନୂଆ ସିନେମା ।  ଏହି ଫିଲ୍ମରେ ଅନୁଭା ପ୍ରଥମ ଥର ଲାଗି ଜଣେ ଓଲିଉଡ୍‍ ହିରୋଙ୍କ ବିପକ୍ଷରେ କାମ କରିବେ । ଏଠାରେ ଯେଉଁ ନାୟକଙ୍କ କଥା କୁହାଯାଉଛି, ତାଙ୍କ ନାଆଁ ହେଲା ଅର୍ଦ୍ଧେନ୍ଦୁ । ଅର୍ଦ୍ଧେନ୍ଦୁ ଓ ଅନୁଭା ଯେଉଁ ସିନେମାରେ ପ୍ରଥମର ପାଇଁ ଏକାଠି ହୋଇଛନ୍ତି, ତା’ର ଟାଇଟଲ୍‍ ରହିଛି ‘ମୁଁ ପରଦେଶୀ ଚଢେଇ’ । ଏହା ଏକ ରୋମାଣ୍ଟିକ୍‍ ଫିଲ୍ମ । ଏହି ଫିଲ୍ମରେ ଅର୍ଦ୍ଧେନ୍ଦୁ ଓ ଅନୁଭାଙ୍କ ବ୍ୟତୀତ ମିହିର ଦାସ, ପୁଷ୍ପା ପଣ୍ଡା ଓ ମନୋଜ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱ ପୂର୍ଣ୍ଣ ଭୂମିକାରେ ନେଇବାକୁ ମିଳିବ।

‘ମୁଁ ପରଦେଶୀ ଚଢେଇ’ର ନିର୍ଦ୍ଦେଶକ ହେଲେ କେ. ମୁରଲୀ କ୍ରିଷ୍ଣା, ଯିଏ କି ଆଗରୁ ରଙ୍ଗିଲା ଟୋକା, ଚଉକା ଛକା, କେହି ଜଣେ ଭଲ ଲାଗେରେ, ଗପ ହେଲେ ବି ସତ, ଜଗା ହାତରେ ପଘା, ଅଭୟ, ଅଗସ୍ତ୍ୟ, ବେବି ଓ ଚମ୍ପିଆନ୍‍ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି । ନିକଟରେ ଫିଲ୍ମର ସୁଟିଂ ଆରମ୍ଭ ହୋଇ ସାରିଛି । ପ୍ରଥମ ଥର ପାଇଁ ଅର୍ଦ୍ଧେନ୍ଦୁ – ଅନୁଭାଙ୍କ ଯୋଡି କି କମାଲ୍‍ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More