Only for Entertainment

ଚୀନ ରେ ରିଲିଜ ହେବ ଫିଲ୍ମ’କାବିଲ’ , ପ୍ରମୋସନ ପାଇଁ ହ୍ରିତିକ୍ ପ୍ରସ୍ତୁତ !

19

ବଲିଉଡର ସବୁଠାରୁ ଫିଟ ଏବଂ ହଟ ଅଭିନେତା ହ୍ରିତିକ୍ ରୋଶନ ଅଟନ୍ତି ବୋଲି ସମସ୍ତଙ୍କୁ ଜଣା । ଖବର ମୁତାବକ ସେ ଏବେ ଚୀନ ବାହାରିଛନ୍ତି ନିଜ ଫିଲ୍ମ ‘କାବିଲ’ର ରିଲିଜ ପାଇଁ।  ଭାରତରେ ଏହି ଫିଲ୍ମ ସଫଳତା ହାସଲ କରିବା ପରେ, ଚୀନରେ ଏହି ଫିଲ୍ମ ନିଜର ଯାଦୁ ବିଛାଇବାକୁ ଅଣ୍ଟା ଭିଡ଼ିଛି ।

ଏହି ଫିଲ୍ମ ଚୀନ ରେ ୫ଜୁନରେ ରିଲିଜ ହେବ, ମାତ୍ର ପ୍ରଶଂସକ ଏବେଠାରୁ ହ୍ରିତିକ୍ ଙ୍କ ପାଇଁ ଦିୱାନା । ଫିଲ୍ମର ପ୍ରମୋସନ ଚୀନରେ ଜୁନ୨ରେ ହେବ ।

‘କାବିଲ’ ହ୍ରିତିକ୍ ଙ୍କ ହୃଦୟ ନିକଟତର ବୋଲି ସୂତ୍ରରୁ ପ୍ରକାଶ ଏବଂ ପ୍ରଥମ ଥର ଏହି ଫିଲ୍ମ ଚୀନରେ ରିଲିଜ ହେବାକୁ ଯାଉଛି ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଖୁବଶୀଘ୍ର ହ୍ରିତିକ୍ ନିଜର ଅପକମିଙ୍ଗ ଫିଲ୍ମ ‘ସୁପର୩୦’ ଫିଲ୍ମରେ ନଜର ଆସିବେ, ଯେଉଁଥିରେ ସେ ଏକ ଗଣିତଜ୍ଞ ଙ୍କ ଭୂମିକାରେ ନଜର ଅସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More