Only for Entertainment

ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକରେ ନଜର ଆସିବେ କି ଅନୁଷ୍କା ଶର୍ମା ? ପଢନ୍ତୁ ପୂରା ଡିଟେଲ୍ସ

google
33

ଫରାହ ଖାନ ଏବଂ ରୋହିତ ଶେଟ୍ଟୀ ବିଗ୍ ବି ଅମିତାଭ ବଚ୍ଚନ ଷ୍ଟାରର ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ ନିର୍ମାଣ କରିବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ଫିଲ୍ମ ପାଇଁ ଷ୍ଟାର କାଷ୍ଟ ଫାଇନାଲ ହୋଇନଥିଲେ ମଧ୍ୟ ଅନେକ କଳାକାରଙ୍କ ନାମ ସାମ୍ନାକୁ ଆସୁଛି । ତାଜା ରିପୋର୍ଟ ଅନୁସାରେ ଅନୁଷ୍କା ଶର୍ମାଙ୍କୁ ଫିଲ୍ମରେ ଫିମେଲ ଲିଡ ପାଇଁ ଆପ୍ରୋଚ କରାଯାଇଛି । କିନ୍ତୁ ଅନୁଷ୍କା ଏପର୍ଯ୍ୟନ୍ତ ଫିଲ୍ମ ପାଇଁ ହଁ କରିନାହାଁନ୍ତି ।

ଅନୁଷ୍କାଙ୍କ ପୂର୍ବରୁ ଫିଲ୍ମରେ ଲିଡ ଅଭିନେତ୍ରୀ ଭାବେ ଦୀପିକା ପାଦୁକୋନଙ୍କ ନାମ ସାମ୍ନାକୁ ଆସିଥିଲା । ଏବେ ଏହି ରେସରେ ଅନୁଷ୍କା ସାମିଲ ହୋଇଛନ୍ତି । ଅଭିତାଭ ବଚ୍ଚନଙ୍କ ଭୂମିକା ପାଇଁ ହ୍ରିତିକ ରୋଶନ, ଶାହରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କୁ ଆପ୍ରୋଚ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ମେକର୍ସ କାହାକୁ ଫାଇନାଲ କରିବେ ତାହା ସ୍ପଷ୍ଟ ହୋଇନାହିଁ ।

 

ଅନୁଷ୍କାଙ୍କ ବିଷୟରେ କହିବାକୁ ଗଲେ ସେ କିଛି ସମୟ ହେବ ଫିଲ୍ମ ଠାରୁ ଦୂରରେ ଅଛନ୍ତି । ଶେଷ ଥର ପାଇଁ ସେ ଫିଲ୍ମ ଜିରୋରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ସହିତ ଶାହରୁଖ ଖାନ ଏବଂ କ୍ୟାଟ୍ରିନା କୈଫ ନଜର ଆସିଥିଲେ । ଫିଲ୍ମରେ ଅନୁଷ୍କାଙ୍କ ଭୂମିକାକୁ ସମସ୍ତେ ଖୁବ ପ୍ରଶଂସା କରିଥିବା ବେଳେ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More