Only for Entertainment

ଜନ୍ମଦିନରେ ପତି ବିରାଟ କୋହଲିଙ୍କ ସହିତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ଅନୁଷ୍ମା ଶର୍ମା, ଭିଡିଓ ଭାଇରାଲ

image tweeted by @imvkohli
54

ବଲିଉଡ ଅଭିନେତ୍ରୀ ଅନୁଷ୍ମା ଶର୍ମା ଏବଂ ତାଙ୍କ ପତି ତଥା କ୍ରିକେଟର ବିରାଟ କୋହଲିଙ୍କ ଏକ ଫଟୋ ଏବଂ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଏବଂ ଭିଡିଓରେ ଦୁହେଁ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି ।

ଅସଲରେ ଅନୁଷ୍ମା ନିକଟରେ ନିଜର ୩୧ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ବିରାଟ କୋହଲି ଏକ ରୋମାଣ୍ଟିକ ଭିଡିଓ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଭାଇରାଲ ହେଉଥିବା ଏହି ଫଟୋ ଏବଂ ଭିଡିଓରେ ଅନୁଷ୍ମା ଏବଂ ବିରାଟ ସମୁଦ୍ର କୂଳରେ ବସି କଥା ହେଉଥିବାର ନଜର ଆସିଛନ୍ତି ।

 

 

View this post on Instagram

 

♥️ Credit – @suppeerrgram

A post shared by Virat Kohli (@virat.kohli) on

କହିରଖୁଛୁ ଯେ, ଅନୁଷ୍ମା ଏବଂ ବିରାଟ ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ । ଦୁହେଁ ଦେଶରେ ନୁହେଁ ବରଂ ବିଦେଶ (ଇଟାଲୀ)ରେ ପରସ୍ପରର ହାତ ଧରିଥିଲେ । ଏହି ବିବାହରେ ଦୁହିଁଙ୍କ ପରିବାର ସମେତ କିଛି ବନ୍ଧୁ ଉପସ୍ଥିତ ଥିଲେ । ଏହି ବିବାହରେ ମିଡିଆକୁ ଦୂରରେ ରଖାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More