Only for Entertainment

ବର୍ଥଡେ ସ୍ପେଶାଲ: ୩ଖାନଙ୍କ ସହ ଏହି ଅଭିନେତ୍ରୀ କରିସାରିଲେଣି କାମ, ଛୋଟ ବେଳେ ଖୁବ କ୍ୟୁଟ ଥିଲେ ଦେଖନ୍ତୁ ଫଟୋ !

32

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ନିଜର ୩୧ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଅନୁଷ୍କା ମେ’୧, ୧୯୮୮ରେ ଜନ୍ମ ହୋଇଥିଲେ ଏକ ଆର୍ମି ପରିବାରରେ । ଅନୁଷ୍କାଙ୍କ ବାପା ଅଜୟ କୁମାର ଶର୍ମା ଜଣେ ଆର୍ମି ଅଫିସର ଥିଲେ, ତାଙ୍କ ଭାଇ କରନେଶଶର୍ମା ମର୍ଚାଂଟ ନାଭିରେ ଅଛନ୍ତି । ଅନୁଷ୍ମା ଆରମ୍ଭରୁ ହିଁ ଅଭିନେତ୍ରୀ ହେବା ଆଶା ରଖିଥିଲେ । ସେ ମାଧୁରୀ ଦୀକ୍ଷିତଙ୍କ ବଡ ଫ୍ୟାନ ଅଟନ୍ତି ।

ସୋସିଆଲ ମିଡିଆରେ ଅନୁଷ୍କାଙ୍କର ଏହି ଖାସ ଦିନରେ ପିଲାବେଳର ଫଟୋ ଖୁବ ଶେୟାର କରାଯାଉଛି । ପିଲାଦିନେ ଅନୁଷ୍କା ଖୁବ କ୍ୟୁଟ ଥିଲେ ।

କ୍ୟାରିଅର ବିଷୟରେ କହିବାକୁ ଗଲେ ଅନୁଷ୍କା ପ୍ରଥମେ ରବ ନେ ବନାଦୀ ଯୋଡି ଫିଲ୍ମରେ ଡେବ୍ୟୁ କରିଥିଲେ । ଏହାପରେ ଅନୁଷ୍କା ଅନେକ ହିଟ ଫିଲ୍ମ ଦେଇଛନ୍ତି ।

 

ଅନୁଷ୍କା ଶେଷ ଥର ଶାହାରୁଖଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ଏହି ଦୁହିଁଙ୍କ ବ୍ୟତୀତ କ୍ୟାଟରୀନା ମଧ୍ୟ ନଜର ଆସିଥିଲେ । ଫିଲ୍ମରେ ଅନୁଷ୍କାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା ମାତ୍ର ଫିଲ୍ମ ବକ୍ସଅଫିସରେ କିଛି ଖାସ କମାଲ କରି ପାରିନଥିଲା ।

ଏବେ ଅନୁଷ୍କା ନିଜ ବ୍ୟସ୍ତ ସିଡ୍ୟୁଲରୁ ସମୟ ବାହାର କରି ସ୍ୱାମୀ ବିରାଟଙ୍କ ସହ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More