Only for Entertainment

କିୟାରା ଆଡଭାଣୀଙ୍କୁ ଡେଟ କରୁଥିବା କଥାରେ ମୁହଁ ଖୋଲିଲେ ସିଦ୍ଧାର୍ଥ ମଲହୋତ୍ରା !

53

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ହ୍ୟାଣ୍ଡସମ ହଙ୍କ କଳାକାର ସିଦ୍ଧାର୍ଥ ମଲହୋତ୍ରାଙ୍କ ଜବରିୟା ଯୋଡି ଟ୍ରେଲର ରିଲିଜ ହୋଇଛି , ଯେଉଁଥିରେ ତାଙ୍କ ସହ ପରିଣୀତି ଚୋପ୍ରା ନଜର ଆସିଛନ୍ତି । ଫିଲ୍ମର ଟ୍ରେଲରକୁ ଲଂଚ କରିବା ପାଇଁ ସିଦ୍ଧାର୍ଥ ଏବଂ ପରିଣୀତି ମିଡିଆ ସାମ୍ନାକୁ ଆସିଥିଲେ, ଯେଉଁଠି ମିଡିଆବାଲା ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ । ଏହି ସମସ୍ତ ପ୍ରଶ୍ନ ମଧ୍ୟରେ ଗୋଟେ ପ୍ରଶ୍ନ କିୟାରା ଆଡଭାଣୀଙ୍କ ଜଡିତ ଥିଲା ।

ଅସଲରେ କିଛି ଦିନ ପୂର୍ବେ ଏଭଳି ଖବର ସାମ୍ନାକୁ ଆସିଥିଲା ଯେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାଣୀ ଦୁହେଁ ଦୁହିଁଙ୍କ ଡେଟ କରୁଛନ୍ତି । ଯେତେବେଳେ ଏସମ୍ପର୍କରେ ସିଦ୍ଧାର୍ଥଙ୍କୁ ପଚରାଯାଇଥିଲା ସେ କହିଥିଲେ ଯେ କିଆରା କେବଳ ତାଙ୍କର କୋ-ଷ୍ଟାର ଅଟନ୍ତି । ସିଦ୍ଧାର୍ଥ ମଲହୋତ୍ରାଙ୍କ ଅନୁସାରେ କିୟାରା ଆଡଭାଣୀ ତାଙ୍କର ଜଣେ ଖୁବ ଭଲ ବନ୍ଧୁ ଅଟନ୍ତି । ସିଦ୍ଧାର୍ଥ ମଲହୋତ୍ରା ଏହା ମଧ୍ୟ କହିଛନ୍ତି ଏଭଳି ପ୍ରଶ୍ନ ଶୁଣି କିଆରା ଚିନ୍ତା କରନ୍ତି ବରଂ ଥଟ୍ଟାରେ ଉଡାଇଦିଅନ୍ତି ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହା ପ୍ରଥମ ଥର ନୁହେଁ , ସେ ଯେତେବେଳେ ‘କଫି ୱିଦ କରଣ’ ଶୋ’ରେ ଆସିଥିଲେ ସେ ସମୟରେ ମଧ୍ୟ ଏ ସମ୍ପର୍କରେ କଥା ଉଠିଥିଲା । ମାତ୍ର ଦୁହେଁ କେବଳ ଭଲ ମିତ୍ର ବୋଲି କହିଥିଲେ ସିଦ୍ଧାର୍ଥ ଏବଂ କହିଥିଲେ ସେ ଏବେ ସିଙ୍ଗଲ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More