Only for Entertainment

ଏହି ଶୋ’ରେ ଏକା ସାଙ୍ଗରେ ନଜର ଆସିବେ ଭାଇ ଭଉଣୀ ।

Elle India
34

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ ଏବଂ ଜାହ୍ନବୀଙ୍କ ପରିବାର ମଧ୍ୟରେ ସବୁକିଛି ଠିକ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଜାହ୍ନବୀଙ୍କୁ ଟ୍ରୋଲ କରିଥିବା ଟ୍ରୋଲର୍ସଙ୍କୁ ମଧ୍ୟ କଡ଼ା ଜୱାବ ଦେଇଛନ୍ତି ଭାଇ ଅର୍ଜୁନ । ଅଧିକାଂଶ ସମୟରେ ଭାଇ ଭଉଣୀଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି । କିନ୍ତୁ ଆପଣ କେବେ ଭାବିଛନ୍ତିକି ଯଦି ଜାହ୍ନବୀ ଏବଂ ଅର୍ଜୁନ ସ୍କ୍ରିନ ସେୟାର କରିବେ ତେବେ କେମିତି ହେବ । ଆଜ୍ଞା ହଁ ଯଦି କେବେ ମଧ୍ୟ ଆପଣଙ୍କ ମନକୁ ଏହା ଆସିଛି ତେବେ ଖୁବଶୀଘ୍ର ଆପଣଙ୍କ ଇଛା ପୂରଣ ହୋଇଯିବ । ଦୁଇ ଭାଇ ଭଉଣୀଙ୍କୁ ଆପଣ ଏକା ସାଙ୍ଗରେ ଦେଖିବାକୁ ପାଇବେଚିନ୍ତୁ ବଡ଼ ପରଦାରେ ନୁହେଁ ବରଂ ଛୋଟ ପରଦାରେ ।

କରଣ ଜୋହରଙ୍କ ଚାର୍ଟ୍‌ ସହ ‘କଫି ୱିଥ୍‌ କରଣ’ରେ ଏକାଠି ନଜର ଆସିବେ ଅର୍ଜୁନ ଏବଂ ଜାହ୍ନବୀ

ଅକ୍ଟୋବର ୨୧ରେ ‘କଫି ୱିଥ୍‌ କରଣ୍‌’ର ଷଷ୍ଠ ସିଜିନ୍‌ ଆରମ୍ଭ ହେବାକୁ ଯାଉଛି। ଶୋ’ରେ ଅତିଥି ଭାବେ ଜହ୍ନବୀ କପୁର ତାଙ୍କ ଭାଇ ଅର୍ଜୁନ୍‌ କପୁରଙ୍କ ସହ ଆସିବେ। ଶୋ’ରେ ଦୁହେଁ ଦୁହିଁଙ୍କ ସିକ୍ରେଟ୍‌ ଉପରୁ ପରଦା ଉଠାଇବେ।

ସୂଚନାଯୋଗ୍ୟ, ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ୍‌ ଉଭୟ ଜାହ୍ନବୀ ଓ ଖୁସିଙ୍କର ଖୁବ୍‌ ନିକଟତର ହୋଇଛନ୍ତି। ତା’ପୂର୍ବରୁ ସେ ସେମାନଙ୍କ ସହିତ ଏତେ ମିଳାମିଶା କରୁ ନଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More