ଆର୍ଟିକଲ ୩୭୫ର ଟ୍ରେଲର ଲଂଚ, ନଜର ଆସିଲା ନିର୍ଭୟା ଏବଂ ଦାମିନୀଙ୍କ ସହ ହୋଇଥିବା ଦୁଷ୍କର୍ମ କାହାଣୀର ଝଲକ
ଅକ୍ଷୟ କୁମାର ଏବଂ ଋଚା ଚଢା ଷ୍ଟାରର ଫିଲ୍ମ ଆର୍ଟିକଲ ୩୭୫ର ଟ୍ରେଲର ଆଜି ଲଂଚ ହୋଇ ଯାଇଛି । ଫିଲ୍ମର ଟାଇଟଲରୁ ହିଁ ଏହାର କାହାଣୀ ବିଷୟରେ ଜଣାପଡ଼ିଛି । ଫିଲ୍ମର ଟ୍ରେଲର ୨ ମିନିଟ ୪୬ ସେକେଣ୍ଡର । ଏହାର ଆରମ୍ଭରେ ଦେଖିବାକୁ ମିଳିଛିଯେ ପୋଲିସ କେଉଁଭଳି ଭାବରେ ଜଣେ ପିଡ଼ିତାଙ୍କୁ ପ୍ରଶ୍ନ ପଚାରୁଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଆର୍ଟିକଲ ୩୭୫ର ଟ୍ରେଲରରେ ଋଚା ଚଢା ପିଡ଼ିତାଙ୍କ ଓକିଲ ଭାବରେ ନଜର ଆସିଛନ୍ତି । ଅକ୍ଷୟ ଖନ୍ନା ଦୋଷୀର ଓକିଲ ଭାବରେ ଅଭିନୟ କରିଛନ୍ତି । ଦୋଷୀ ଜଣେ ପରିଚିତ ଫିଲ୍ମର ନିର୍ଦ୍ଦେଶକ ଏବଂ ପିଡ଼ିତା ଜଣେ ଆସିଷ୍ଟାଂଟ କଷ୍ଟ୍ୟୁମ ଡିଜାଇନର ।