Only for Entertainment

ପୁଣିଥରେ ଅଶୋକ-ବାବୁସାନ୍ ଯୋଡି

Pragativadi
0 73

ଓଲିଉଡର ଇଣ୍ଡଷ୍ଟ୍ରୀରେ ବାବୁସାନ ଜଣେ ସଫଳ ନାୟକ । ଇଚି ମଧ୍ୟରେ ସେ ଜଣେ ନିର୍ଦ୍ଦେଶକଙ୍କ ସହିତ ୧୧ ଟି ସିନେମାରେ କାମ କରିସାରିଲେଣି । ଏବେ ୧୨ ନମ୍ବର ଫିଲ୍ମ ସୁଟିଂ କରୁଛନ୍ତି ଏହି ଯୋଡି । ଆଜ୍ଞା ଆମେ ଯେଉଁ ନିର୍ଦ୍ଦେଶକଙ୍କ କଥା କହୁଛୁ ସେ ହେଉଛନ୍ତି ଷ୍ଟାଇଲିସ୍ ନିର୍ଦ୍ଦେଶକ ଅଶୋକ ପତି ।

Ashok-Pati-

ଅଶୋକ ପତି ଏବଂ ବାବୁସାନଙ୍କ ଯୋଡି ଫିଲ୍ମ ‘ସଞ୍ଜୁ ଆଉ ସଞ୍ଜନା’ରୁ ଆରମ୍ଭ ହୋଇଥିଲା । ଏହାପରେ ଅଶୋକଙ୍କ ନିର୍ଦ୍ଦେଶିତ ଅନେକ ଫିଲ୍ମରେ ବାବୁସାନ ନାୟକ ସାଜିଥିଲେ । ଏହି ଯୋଡିଙ୍କର ଫିଲ୍ମ ‘ସୁପର ମିଛୁଆ’ ଏବଂ ‘ଲଭ ଷ୍ଟେସନ’ ବ୍ଲକବଷ୍ଟର ହୋଇଥିଲା । ବର୍ତ୍ତମାନ ଏହି ଯୋଡି ନିଜର ଆଗାମୀ ଫିଲ୍ମର ସୁଟିଂ ଜୋରସୋରରେ ଚଲାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ଫାଇନାଲ ହୋଉନାହିଁ । ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ଓଲିଉଡର ଜଣାଶୁଣା ପ୍ରଯୋଜନା ସଂସ୍ଥା ତରଙ୍ଗ ସିନେ ପ୍ରଡକ୍ସନ୍ । ଏବଂ ସିନେମାଟୋଗ୍ରାଫର ଅଛନ୍ତି ସୀତାଂଶୁ ମହାପାତ୍ର । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ମିହିର ଦାସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More