Only for Entertainment

ଚୀନ ପରେ ଜାପାନରେ କମାଲ କରିବ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଅନ୍ଧାଧୁନ’, ଏହି ଦିନ ହେବ ରିଲିଜ

google
23

ଜାପାନରେ ରିଲିଜ ହେବ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ଅନ୍ଧାଧୁନ’ । ନଭେମ୍ବର ୧୫ରେ ଜାପାନର ୨୩ଟି ହଲରେ ରିଲିଜ ହେବ ଅନ୍ଧାଧୁନ । ଭାରତୀୟ ବଜାରରେ ବେଶ ଭଲ ବକ୍ସ ଅଫିସ କଲେକ୍ସନ କରିବା ପରେ ଏବେ ବିଦେଶରେ ଫିଲ୍ମକୁ ରିଲିଜ କରିବା ପାଇଁ ସ୍ଥିର କରିଛି ପ୍ରଯୋଜନା ସଂସ୍ଥା । ଫିଲ୍ମରେ ଆୟୁଷ୍ମାନଙ୍କୁ ଦର୍ଶକ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇଥିଲେ ।

ତାଙ୍କ ବିପକ୍ଷରେ ରାଧିକା ଆପ୍ଟେ ନାୟିକା ଭାବେ ନଜର ଆସିଥିଲେ । ଏଥିସହ ତବୁଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ନିଜର ଦକ୍ଷ ଅଭିନୟ ପାଇଁ ଆୟୁଷ୍ମାନଙ୍କୁ ଜାତୀୟ ଚଳଚିତ୍ର ସମ୍ମାନ ପ୍ରଦାନ କରାଯାଇଛି ।

ସର୍ବଶ୍ରେଷ୍ଠ ଅଭିନେତା ଭାବେ ଆୱାର୍ଡ ହାତେଇବା ସହ କେବଳ ସେତିକି ନୁହେଁ ସର୍ବଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମଧ୍ୟ ଅନ୍ଧାଧୁନକୁ ମିଳିଥିଲା । ଆୟୁଷ୍ମାନଙ୍କ କ୍ୟାରିୟର ପ୍ରୋଫାଇଲରେ ନୂଆ ସଫଳତା ଯୋଡିଥିଲା ।ଏହି ବର୍ଷ ପହିଲାରେ ଏହି ଫିଲ୍ମ ଭାରତ ସହ ଚୀନ, ଋଷ, କୋରିଆରେ ରିଲିଜ ହୋଇଥିଲା | ଏହି ଥ୍ରୀଲର ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀରାମ ରାଘବନ |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More