Only for Entertainment

ଚନ୍ଦାପଣରେ କିଭଳି ହଇରାଣ ହୁଅନ୍ତି ଲୋକେ? ଆୟୁଷ୍ମାନ ଖୁରାନଙ୍କ ଫିଲ୍ମ ‘ବାଲା’ ଟିଜରରେ ନଜର ଆସିଲା ଝଲକ !

41

୨୦୧୮ରେ ଜବରଦସ୍ତ ହିଟ ଦେବା ପରେ ଆୟୁଷ୍ମାନ ଖୁରାନା ଚଳିତ ବର୍ଷ ମଧ୍ୟ ହିଟ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଆର୍ଟିକଲ ୧୫ଭଳି ଫିଲ୍ମରୁ ଆୟୁଷ୍ମାନ ଖୁରାନା ୨୦୧୯ରେ ଜବରଦସ୍ତ ଏଂଟ୍ରି ଆରମ୍ଭ କରିଛନ୍ତି । ଏହିଭଳି ତାଙ୍କ ପାଖରେ ଏକରୁ ବଢି ଏକ ଅନେକ ଫିଲ୍ମ ରହିଛି ।

ଅଭିନେତା ଡ୍ରିମ ଗର୍ଲ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏବେ ଆୟୁଷ୍ମାନଙ୍କ ଆଉ ଏକ ଫିଲ୍ମର ଟିଜର ରିଲିଜ ହୋଇଛି । ଆୟୁଷ୍ମାନ ସ୍ତ୍ରୀ ଫେମ ନିର୍ଦ୍ଦେଶକ ଅମର କୌଶିକଙ୍କ ଫିଲ୍ମ ‘ବାଲା’ରେ କାମ କରୁଛନ୍ତି । ବାଲାରେ ଆୟୁଷ୍ମାନ ଜଣେ ଏଭଳି ପୁଅ ଭୂମିକାରେ ନଜର ଆସିଛନ୍ତି ଯିଏ ସ୍ୱଳ୍ପ ବୟସରୁ ଚନ୍ଦାପଣର ଶିକାର ହୋଇଛନ୍ତି ।

ବାଲାର ଟିଜର ସାମ୍ନାକୁ ଆସିଛି ଏବଂ ଏହାସହ ଆୟୁଷ୍ମାନଙ୍କ ଲୁକ ମଧ୍ୟ ସାମ୍ନାକୁ ଆସିଛି । ଫିଲ୍ମର ଟିଜରରେ ଆୟୁଷ୍ମାନ କ୍ୟାପ ପିନ୍ଧି ବାଇକ ଚଳାଉଛନ୍ତି ଏବଂ ଗୀତ ଗାଉଛନ୍ତି ‘କୋଇ ନା କୋଇ ଚାହିୟେ ପ୍ୟାର କରନେ ବାଲା’, ଏହାପରେ ଆୟୁଷ୍ମାନଙ୍କ କ୍ୟାପ ଉଡିଯାଉଛି ଏବଂ ଲଣ୍ଡା ମୁଣ୍ଡ ଉପରେ ସମସ୍ତଙ୍କ ନଜର ଆସୁଛି ।

ଏହାପରେ ସେ ଗାଇବାକୁ ଲାଗିଛନ୍ତି ଯେ ‘ଜାନେ ଦୋ ଛୋଡୋ ଭି ଜାନେ ଦୋ ୟାର, ହମ ନା କରେଙ୍ଗେ ପ୍ୟାର !’ଆୟୁଷ୍ମାନଙ୍କ ଫିଲ୍ମର ଏହି ଟିଜର ଖୁବ ଫନି ହୋଇଛି, ଏଥିରେ ଆୟୁଷ୍ମାନଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More