Only for Entertainment

ରିଲିଜ ହେବାକୁ ଯାଉଛି ‘ବାପା ତୁମେ ଭାରି ଦୁଷ୍ଟ’ ।

YouTube
28

ଓଲିଉଡରେ ପ୍ରସ୍ତୁତ ହେଉଛି ଭିନ୍ନ ସ୍ୱାଦର କମେଡି ଚଳଚ୍ଚିତ୍ର ‘ବାପା ତମେ ଭାରି ଦୁଷ୍ଟ’ । ନିକଟରେ ଏହି ସିନେମାର ଟାଇଟେଲ୍ ଘୋଷଣା କରାଯାଇଥିଲା । ସିଦ୍ଧାର୍ଥ ଟିଭି ଓ ସିଦ୍ଧାର୍ଥ ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ଏହି ଚଳଚ୍ଚିତ୍ରର ପରିକଳ୍ପନା କରିଛନ୍ତି ପ୍ରଯୋଜକ ସୀତାରାମ ଅଗ୍ରୱାଲ୍ । ଛୋଟ ପରଦାର ଲୋକପ୍ରିୟ ଅଭିନେତା ଜୟଜିତଙ୍କୁ ପ୍ରଥମ ଥର ପାଇଁ ଏହି ସିନେମାରେ ନାୟକ ଭାବେ ଦେଖିବାକୁ ମିଳିବ । ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ନବାଗତା ସସ୍ମିତା ।

ଏକାଧିକ ସିନେମାରେ ସିରିୟସ୍ ବାପା ରୋଲ୍ ପ୍ଲେ କରିଥିବା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିବ ଏହି ସିନେମାରେ । ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ନେଇ ସେହିପରି ଏକ ଫନି ଟ୍ରାକ୍ ମଧ୍ୟ ରିଲିଜ୍ କରାଯାଇଛି । ଯାହାର ଟାଇଟେଲ୍ ରହିଛି ‘ତୁ ଖିଚ୍ ମେରି ସେଲ୍ଫି’ । ଗୀତରେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ମଡର୍ଣ୍ଣ ଆଉଟଫିଟରେ ଦେଖିବାକୁ ମିଳିଛି । ଏହାସହ ଗୀତରେ ତାଙ୍କ ଜବରଦସ୍ତ ଷ୍ଟାଇଲ୍ ଓ ଡ୍ୟାନ୍ସ ବି ଦେଖିବାକୁ ମିଳିଛି । ସିନେମାର ରିଲିଜ୍ ହୋଇଥିବା ଏହି ଗୀତର ରହିଛି ଦମଦାର୍ ମ୍ୟୁଜିକ୍ ଓ ଫନି ଲିରିକ୍ସ । ବୈଦନାଥ ଦାଶଙ୍କ ସଙ୍ଗୀତରେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଅର୍ପିତା ଓ ବୈଦନାଥ । ଏହି ସିନେମାରେ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପୁଅ ଭୂମିକା ପ୍ଲେ କରିବାରେ ନଜର ଆସିବେ ଜୟଜୀତ । ପ୍ରଥମ ଥର ପାଇଁ ପରଦାରେ ଏମିତି ଏକ ଭିନ୍ନ ଚରିତ୍ର ତୁଲାଉଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା ।

ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ନିର୍ଦ୍ଦେଶକ ଟି ଗଣେଷ । ଏହି ସିନେମାର ସଂଳାପ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ । ଓଲିଉଡରେ ପ୍ରସ୍ତୁତ ହେଉଥିବା ଏହି ଫନି ଚଳଚ୍ଚିତ୍ର ବାପା ତମେ ଭାରି ଦୁଷ୍ଟର ସୁଟିଂ ଜୋର୍ ସୋର୍ରେ ଆଗେଇ ଚାଲିଥିବାବେଳେ, ଏହା ଖୁବଶୀଘ୍ର ପରଦାକୁ ଆଶିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More