Only for Entertainment

ଗର୍ଭବତୀ ହେଲେ ‘ଭାବିଜୀ ଘର ପର ହୈ’ର ଗୋରୀ ମ୍ୟାମ,ଶୋ ଛାଡ଼ିବେକି ?

youtube
51

୨୦୧୫ରୁ ହିଟ ଭାବରେ ଚାଲିଥିବା କମେଡ଼ି ଶୋ ଭାବିଜୀ ଘର ପର ହୈ ପୁଣିଥରେ ଚର୍ଚ୍ଚାରେ । ଏହିଥର ଚର୍ଚ୍ଚାର କାରଣ ହେଉଛନ୍ତି ଶୋ’ରେ ଅନିତା ଚରିତ୍ରରେ ନଜର ଆସୁଥିବା ସୌମ୍ୟା ଟଣ୍ଡନ ।ସେ ସିରିଅଲରେ ଗୋରୀ ମ୍ୟାମ ନାମରେ ବେଶ ଜଣାଶୁଣା ।ଖବର ଅନୁସାରେ ସୌମ୍ୟା ଗର୍ଭବତୀ ଅଛନ୍ତି ।ଏହି ଖୁସି ଖବର ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଦେଇଛନ୍ତି ଏବଂ ଏହା ସହିତ ନିଜର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।

 

ସୌମ୍ୟା ଫଟୋରେ କ୍ୟାପ୍ସନରେ ଲେଖିଛନ୍ତିଯେ ତାଙ୍କୁ ସମସ୍ତଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆବଶ୍ୟକ । କହିରଖୁଛୁଯେ ସୌମ୍ୟା ୨୦୧୬ରେ ବ୍ୟାଙ୍କର ଦେବେନ୍ଦ୍ର ସିଂଙ୍କୁ ବିବାହ କରିଥିଲେ ।୨୦୧୫ରେ ଆରମ୍ଭ ହୋଇଥିବା ଏହି କମେଡ଼ି ଶୋ’କୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।ସୌମ୍ୟାଙ୍କ ବ୍ୟତୀତ ସିରିଅଲରେ ବିଭୂତିଙ୍କ ଚରିତ୍ରରେ ଅଶିଫ ଶେଖ, ମନମୋହନ ତିୱାରୀଙ୍କ ଚରିତ୍ରରେ ରୋହିତାଶା ଗୌଡ଼ ଏବଂ ଅଙ୍ଗରୀ ଚରିତ୍ରରେ ଶୁଭାଙ୍ଗୀ ଅତ୍ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ସୌମ୍ୟା ଶୋ’ରୁ କିଛି ଦିନ ହେବ ଛୁଟି ନେବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More