Only for Entertainment

ବିଗ ବସରେ ନୂଆ ଟ୍ୱିଷ୍ଟ, ଶୋ’ରେ ଏଣ୍ଟ୍ରି କରିବେ ବିଶାଲ ଆଦିତ୍ୟ ସିଂଙ୍କ ଏକ୍ସ ଗର୍ଲଫ୍ରେଣ୍ଡ !

desimartini
23

ବିଗ ବସ ୧୩ ଆରମ୍ଭରୁ ହିଁ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟସ୍ ଦେଖିବାକୁ ମିଳିଛି । ମେକର୍ସ ଶୋ’କୁ ହି ଟ କରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି । ଖବର ଅନୁସାରେ ବିଶାଲ ଆଦିତ୍ୟ ସିଂଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ମଧୁରିମା ତୁଲି ଚଳିତ ସିଜିନରେ ୱାଇଲ୍ଡ କାର୍ଡ କଣ୍ଟେଷ୍ଟେଣ୍ଟ ଭାବେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ସ୍ପଷ୍ଟବୟ ରିପୋର୍ଟ ଅନୁସାରେ ବିଶାଲ ଆଦିତ୍ୟ ସିଂଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଏବଂ ଟିଭି ଅଭିନେତ୍ରୀ ମଧୁରିମା ତୁଲି ବିଗ ବସ ମେକର୍ସଙ୍କ ସହିତ ଡିଲ ଫାଇନାଲ କରିଛନ୍ତି । ମଧୁରିମା ଖୁବ ଶୀଘ୍ର ଶୋ’ରେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିବେ ।

 

View this post on Instagram

 

Tonight at 8pm @starplus @banijayasia @vishalsingh713 💞💞

A post shared by Madhurima Tuli (@madhurimatuli) on

କହିରଖୁଛୁ ଯେ, ବିଶାଲ କିଛି ଦିନ ପୂର୍ବରୁୂ ବିଗ ବସ ହାଉସରେ ଏଣ୍ଟ୍ରି ନେଇଥିଲେ । ଏହା ପୂର୍ବରୁ ମଧୁରିମା ଏବଂ ବିଶାଲ ‘ନଚ ବଲିୟେ’ ଭାଗ ନେଇଥିଲେ । ତେବେ ବିଗ ବସରେ ମଧୁରିମାଙ୍କ ଏଣ୍ଟ୍ରି ପରେ ବିଶାଲ କିପରି ରିଆକ୍ଟ କରିବା ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More